କ୍ରୋଧ: ହରଦୋଇରେ ବୋହୂଙ୍କୁ ଗୁଳି କରି ହତ୍ୟା କଲା ୯୦ ବର୍ଷ ବୟସ୍କ ଶ୍ୱଶୁର
Khabar Odisha:Crime-90-years-old-father-in-law-shot-and-killed-daughter-in-law-with-licensed-rifle-in-Hardoi

ହରଦୋଇ, ଜୁନ୍ ୨୨ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ ବିବାଦ କାରଣରୁ ୯୦ ବର୍ଷୀୟ ଶ୍ୱଶୁର ନିଜର ୫୭ ବର୍ଷୀୟ ବୋହୂଙ୍କୁ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ଗୁଳି କରିଛି । ଘଟଣାସ୍ଥଳରେ ହିଁ ବୋହୂଙ୍କର ମୃତ୍ୟୁ ହୋଇଛି । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶ୍ୱଶୁରକୁ ଗିରଫ କରିଛି । 

ପୋଲିସ କହିବା ଅନୁସାରେ ବେହଟା ଗୋକୁଳ ଥାନା ଅନ୍ତର୍ଗତ ସୟଦପୁର ଗାଁରେ ଏହି ଘଟଣା ଘଟିଛି ।  ୯୦ ବର୍ଷୀୟ ଗଫୁରଙ୍କ ୨ ପୁଅ ଇରଶାଦ ଓ ଇକବାଲ । ଗଫୁରଙ୍କ ନିଜ ଭଉଣୀ ସହିତ କିଛି ପାରିବାରିକ ସମସ୍ୟାକୁ ନେଇ ଯୁକ୍ତିତର୍କ ହେଉଥିଲା । ଏହି ସମୟରେ ଇରଶାଦଙ୍କ ସ୍ତ୍ରୀ ବେଗମ ସୁଲେମା ନିଜ ଶ୍ୱଶୁରଙ୍କ ବିରୋଧରେ ଟିପ୍ପଣୀ କରିଥିଲେ । ଏହା ପରେ ବରିଷ୍ଠ ନାଗରିକ ନିଜ ବୋହୂ ସୁଲେମା ସହିତ ଯୁକ୍ତି କରିଥିଲେ । ସେ ଉତ୍ତେଜିତ ହୋଇ ନିଜର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ଗୁଳି କରିଥିଲେ । ସୁଲେମା ଘଟଣାସ୍ଥଳରେ ହିଁ ଜୀବନ ହରାଇଥିଲେ । 

 

  • Tags:

Subscribe

National International State Sports Entertainment