ଅଗରତଲା: ତ୍ରିପୁରାର ଗଣ୍ଡାଚେରା ଅଞ୍ଚଳରେ ଶୁକ୍ରବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। ଏହା ପରେ ଗୋଟିଏ ଗୋଷ୍ଠୀର ଲୋକେ ଦୋକାନ ଭଙ୍ଗାରୁଜା କରିଛନ୍ତି। ଏଥି ସହିତ ସେମାନେ ନିଆଁ ଲଗାଇ ଦେଇଛନ୍ତି। ହିଂସା ଘଟଣାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ଅଞ୍ଚଳରେ ୧୪୪ ଧାରା ଲାଗୁ କରିଛି। ଏଥି ସହିତ ସିଆରପିଏଫ୍ ଓ ଟିଏସ୍ଆର ଯବାନଙ୍କୁ ମୁତୟନ କରାଯାଇଛି।
ସ୍ଥାନୀୟ ସୂତ୍ର ଅନୁସାରେ ଶୁକ୍ରବାର ଦିନ ଜଣେ ଯୁବକଙ୍କ ମୃତ୍ୟୁ ପରେ ଏହି ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। କିଛି ଦିନ ପୂର୍ବରୁ ଏକ ମେଳାରେ ଅନ୍ୟ ଗୋଷ୍ଠୀର ଲୋକେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଆହତ ଯୁବକଙ୍କ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ଶରୀର ଗଣ୍ଡାଚେରା ଅଣାଯାଇଥିଲା। ଏହା ପରେ ଉତ୍ତେଜନା ଦେଖାଯାଇଥିଲା। ଏହା ପରେ ଦ୍ବିତୀୟ ଗୋଷ୍ଠୀ କିଛି ଦୋକାନରେ ନିଆଁ ଲଗାଇ ଦେଇଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ୧୪୪ ଧାରା ଜାରି କରିଛି।