ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟିର ସଭାପତି ଏନ୍. ଚନ୍ଦ୍ରବାବୁ ନାଇଡୁ। ଆଜି ସକାଳୁ ଦକ୍ଷତା ବିକାଶ ସ୍କାମ ମାମଲାରେ ଦୁର୍ନୀତି ଅଭିଯୋଗରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ଦଳର ସଭାପତି ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଦ୍ୱାରା ଗିରଫ କରାଯାଇଛି। ଆନ୍ଧ୍ରପ୍ରଦେଶ ସିଆଇଡିର ଏକ ଟିମ୍ ଭୋର ପ୍ରାୟ ୩ଟା ବେଳେ ତାଙ୍କ ଘର ଉପରେ ଚଢଉ କରିଥିଲା। ଏହି ସମୟରେ ଟିଡିପି ସମର୍ଥକମାନେ ଏହାକୁ ବିରୋଧ କରିଥିଲେ । ପୋଲିସକୁ ସେମାନେ ଘର ଭିତରକୁ ଯିବାକୁ ଦେଇ ନଥିଲେ। ଚନ୍ଦ୍ରବାବୁ ନାଇଡୁଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନେ ମଧ୍ୟ ଘର ଭିତରେ ପ୍ରବେଶ କରିବା ପାଇଁ ପୋଲିସକୁ ଅନୁମତି ଦେଇ ନଥିଲେ। ସକାଳ ୫ଟା ୩୦ ପର୍ଯ୍ୟନ୍ତ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ସେମାନେ ପୋଲିସକୁ ଜଣାଇଥିଲେ। ତାଙ୍କୁ ନନ୍ଦୀଲା ସହରର ଜ୍ନାପୁରମ୍ ସ୍ଥିତ ଆର କେ ଫଙ୍କସନ୍ ହଲ୍ରୁ ସକାଳ 6ଟା ସମୟରେ ଗିରଫ କରାଯାଇଥିଲା। ଏହି ମାମଲାରେ ପ୍ରଥମ ସୂଚନା ରିପୋର୍ଟ (FIR) 2021 ରେ ଦାଖଲ କରାଯାଇଥିଲା। ନନ୍ଦିଆଲ୍ ରେଞ୍ଜ୍ ଡିଜି ରଘୁରାମି ରେଡ୍ଡୀ ଏବଂ ସିଆଇଡିଙ୍କ ନେତୃତ୍ୱରେ ପୋଲିସର ଏକ ବୃହତ କଣ୍ଟିଜେଣ୍ଟ ତାଙ୍କୁ ଗିରଫ କରିବା ପାଇଁ ସହରର ଆର.କେ ଫଙ୍କସନ୍ ହଲ୍ ସ୍ଥିତ ନାଇଡୁ କ୍ୟାମ୍ପରେ ପ୍ରବେଶ କରିଥିଲେ।ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି। ୨୫୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା। ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନାଇଡୁଙ୍କୁ ଘଣ୍ଟା ଘଣ୍ଟା ମଧ୍ୟରେ ଡାକ୍ତରୀ ପରୀକ୍ଷା ପାଇଁ ନନ୍ଦିଆଲ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି, ଯାହା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ।
ଅଧିକ ପଢ଼ନ୍ତୁ : ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରିସିକୁଆଁ ପଞ୍ଚାୟତର ଜିଆରଏସ