ବେଙ୍ଗାଲୁରୁ: ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ (ସିବିସି) କର୍ଣ୍ଣାଟକରେ ପ୍ରଭାବଶାଳୀ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କୁ ବ୍ଲାକମେଲ କରୁଥିବା ହନିଟ୍ରାପ୍ ଗ୍ୟାଙ୍ଗ୍ର ପର୍ଦ୍ଦାଫାଶ କରିଛି। ଏହି ଅପରେଶନ ବେଳେ ମହୀଶୂର ମୂଳ ନିବାସୀ ସନ୍ତୋଷ ଓ ପୁଟ୍ଟୁାରାଜୁ ନାମକ ୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଜଣେ ଯୁବତୀ ଏହି ଗ୍ୟାଙ୍ଗରେ ସାମିଲ ଥିଲେ।
ମହୀଶୂରର ଚାମରାଜା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହରୀଶ ଗୌଡ଼ାଙ୍କ ଅଭିଯୋଗ କ୍ରମେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲା। ଗୌଡ଼ା ସିସିବିଙ୍କୁ କହିଥିଲେ ଯେ, ଗ୍ୟାଙ୍ଗରେ ସଦସ୍ୟମାନେ ବ୍ଲାକମେଲିଂ କରିଥିଲେ ଏବଂ କୋଟିକୋଟି ଟଙ୍କା ଦାବି କରିଥିଲେ। ପୁଲିସ ସିସିବି ଥାନାରେ ଏକ ମାମଲା ରୁଜୁ ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ, ହନିଟ୍ରାପ୍ର ଗ୍ୟାଙ୍ଗ୍ ଲୋକଙ୍କୁ ଟାର୍ଗେଟ କରୁଥିଲେ। ଏହି ଗ୍ୟାଙ୍ଗ୍ର ସଦସ୍ୟମାନେ ଧନୀ ଶ୍ରେଣୀର ଲୋକଙ୍କୁ ନଜର ରଖୁଥିଲେ। ବିଳାସମୟ ଜୀବନ ବିତାଉଥିବା ଲୋକେ କେଉଁ ହୋଟେଲକୁ ଯାଉଛନ୍ତି, ସେଥି ପ୍ରତି ମଧ୍ୟ ନଜର ରଖୁଥିଲେ। ଯୁବତୀମାନଙ୍କୁ ବ୍ୟବହାର କରି ଧନୀ ବ୍ୟକ୍ତିମାନଙ୍କର ଆପତ୍ତିଜନକ ଅବସ୍ଥାରେ ଫସାଇ ଗୁପ୍ତ କ୍ୟାମେରାରେ ଘଟଣା କ୍ରମ ରେକର୍ଡ କରୁଥିଲେ। ପରେ ବ୍ଲାକମେଲ କରୁଥିଲେ।