ଶୂନ୍ୟରୁ ହେଉଛି ଗୁଳି ବର୍ଷା, ଲୋକେ ଆତଙ୍କିତ । କିଏ ମାରୁଛି କିଛି ଜାଣି ହେଉନି । ନୂଆଶାସନ ଗାଁରେ ଏଭଳି ସ୍ଥିତି । କେତେବେଳେ କେଉଁ ଅବସ୍ଥାରେ ଆସି ଗୁଳି ଲୋକଙ୍କ ଶରୀରରେ ବାଜୁଛି କିଛି ଜଣାପଡୁନି। ଭୟଭୀତ ଅବସ୍ଥାରେ ଗ୍ରାମବାସୀ। ସବୁଆଡେ ମେଞ୍ଚା ମେଞ୍ଚା ପଡୁଛି ଗୁଳି କିନ୍ତୁ କିନ୍ତୁ ପ୍ରଶାସନକୁ ଜଣାଇଲେ ମଧ୍ୟ ଫଳ ଶୂନ୍ । ପୋଲିସ ବିଭାଗ ଓ ଜିଲ୍ଲା ପ୍ରଶାସନ କହୁଛନ୍ତି ଆମେ କିଛି ଜାଣିନୁ ।
ତେବେ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ନୂଆ ଶାସନ ଗାଁରେ । ଗୁଳି ବର୍ଷାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ଓ ଲୋକ । ଗାଁର ଅନେକ ଲୋକଙ୍କ ଘର ଆଜବେଷ୍ଟ କଣା କରି ଗୁଳି ପଶିଥିବା ବେଳେ କେତେକଙ୍କ ହାତ ଓ ଗୋଡରେ ଗୁଳି ବାଜିଛି। ଗତ ୩ ବର୍ଷରୁ ଅଧିକ ସମୟ ଧରି ଏପରି ସ୍ଥିତି ଲାଗି ରହିଥିବା ବେଳେ ଏହାର ସମାଧାନ ହୋଇପାରୁ ନାହିଁ । ତଦନ୍ତ କାହିଁକି କରାଯାଉ ନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଥିବା ବେଳେ ସେପଟେ ଏହାକୁ ନେଇ ଜିଲ୍ଲାପାଳ ଓ ଅତିରିକ୍ତ ଡିସିପି କହିଛନ୍ତି ଏ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ଘଟଣାର ସତ୍ୟତା ଜାଣିବା ପାଇଁ ତଦନ୍ତ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି।