ଡ୍ରଗ୍ସ ମାଫିଆଙ୍କ ଚରାଭୂଇଁ ପାଲଟିଛି ଭଦ୍ରକ୍‌, ପୁଣି ଜବତ୍ ହେଲା କୋଟିଏ ଟଙ୍କାର ବ୍ରାଉନସୁଗାର
Khabar Odisha:Bhadrak-has-become-a-haven-for-the-drug-peddler--and-one-million-rupees-worth-of-brown-sugar-has-been-seized

ଭଦ୍ରକ୍‌, ଜୁଲାଇ ୧୭ (ଖବର ଓଡ଼ିଶା): ରାଜ୍ୟରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏବେ ଡ୍ରଗ୍ସ ମାଫିଆଙ୍କ ଚରାଭୂଇଁ ପାଲଟିଛି ଭଦ୍ରକ୍ । ରାଜ୍ୟ ବାହାରୁ ମଧ୍ୟ ଭଦ୍ରକ୍ ଦେଇ ରାଜ୍ୟ ଭିତରେ ସୀମା ଟପୁଛି ନିଶା କାରବାର ।

ବିଶେଷ ଭାବରେ ଭଦ୍ରକ୍ ଓ ବାଲେଶ୍ୱର ଜିଲ୍ଲାରୁ ପ୍ରତିଦିନ ଏଭଳି ଡ୍ରଗ୍ସ କାରବାର ଖବର ସାମ୍ନାକୁ ଆସୁଥିବା ବେଳେ ଆଜି ପୁଣି ସେମିତି ଏକ ୪ ଜଣିଆ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ଭଦ୍ରକ୍ ପୋଲିସ୍ ।

ସୂଚନା ଅନୁସାରେ ଏକ ଅଟୋରିକ୍ସା ଯୋଗେ ବାଲେଶ୍ୱରରୁ ଭଦ୍ରକ୍ କୁ ଚାଲାଣ ହେଉଥିବା ପ୍ରାୟ ୧ କିଲୋ ରୁ ଉର୍ଦ୍ଧ୍ୱ ଓଜନର ବ୍ରାଉନସୁଗାର ଜବତ୍ କରାଯାଇଛି । ଧାମରା ରେଳ ଓଭରବ୍ରିଜ୍ ନିକଟରୁ ୧ କିଲୋ ୯୦ ଗ୍ରାମ ବ୍ରାଉସୁଗାର ସହିତ ୪ ଜଣ ବୋପରୀଙ୍କୁ ଗିରଫ କରିଛି ଭଦ୍ରକ୍ ଗ୍ରାମାଞ୍ଚଳ ପୋଲିସ୍ ।

ଗିରଫଙ୍କ ମଧ୍ୟରେ ଜଳେଶ୍ୱରର ବ୍ରାଉନସୁଗାର ମାଫିଆ ଚାଚିର ଭାଇ ଓ ମୋଷ୍ଟ ୱାଣ୍ଟେଡ଼ ଏସକେ ଅସଗରର ଶ୍ୱଶୁର ମଧ୍ୟ ଗିରଫ ହୋଇଛନ୍ତି । ଅଟୋ ସହ ନଗଦ ୧ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଗିରଫଙ୍କ ମଧ୍ୟରେ ଅନ୍ୟମାନେ ହେଲେ ବାଲେଶ୍ୱର ଜିଲ୍ଲା ଉଦୟପୁର ଗାଁର ମନୋଜ ଦାସ, ବରାଳପୋଖରୀ ଗାଁର କୁନିଲତା ଷଡଙ୍ଗୀ ଓ ଅଜୟ କୁମାର ଷଡଙ୍ଗୀ ବୋଲି ଜଣାପଡିଛି ।

  • Tags:

Subscribe

National International State Sports Entertainment