ପୂର୍ବ ଶତୃତାକୁ କେନ୍ଦ୍ର କରି ବାଙ୍କୀରେ ଡବଲ ମର୍ଡର, ସରପଞ୍ଚଙ୍କ ସ୍ୱାମୀ ଓ ସହଯୋଗୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ
Khabar Odisha:Banki-Nuagaon-sarpanchs-husband-along-with-his-associate-chased-and-hacked-to-death-by-miscreants
ବାଙ୍କୀ, ଫେବୃଆରୀ ୧୫ (ଖବର ଓଡ଼ିଶା):

ପୂର୍ବ ଶତୃତାକୁ କେନ୍ଦ୍ର କରି ବାଙ୍କୀରେ ଡବଲ ମର୍ଡର । ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା କଲେ ଦୁର୍ବୃତ୍ତ । ନୂଆ ଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା । ବାଇକରେ ଉଭୟ ଫେରୁଥିବା ସମୟରେ ଜୋକଲାଞ୍ଜିରେ ଆକ୍ରମଣ କଲେ ଦୁର୍ବୃତ୍ତ । ଦୁହିଁଙ୍କୁ ଅତି ନୃଶଂସ ଭାବେ ଖଣ୍ଡା ଓ ଟାଙ୍ଗିଆରେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ ।

ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକମାନେ ପ୍ରଥମେ ବାଙ୍କୀ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ବାଙ୍କୀ ମେଡିକାଲରେ ଆକ୍ରମଣରେ ଗୁରୁତର ଆହାତ ହୋଇଥିବା ସହଯୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର ପରେ ସରପଞ୍ଚଙ୍କ ସ୍ୱାମୀଙ୍କୁ କଟକ ବଡ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମଧ୍ୟ ମୃତ ଘୋଷଣା କରିଛନ୍ତି ଡାକ୍ତର । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ସନ୍ଦେହ କରିବା ସହ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କଲା ପୋଲିସ ।

ଦିନ ସମୟରେ ଦୁଇ ଜଣ ଯୁବକଙ୍କୁ ଏଭଳି ରାସ୍ତାରେ ଗୋଡାଇ ଗୋଡାଇ ହାଣିବାକୁ ନେଇ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

  • Tags:

Subscribe

National International State Sports Entertainment