ଖବର ଓଡିଶା : 26/05/2023:
ବଲାଙ୍ଗୀରରେ ଛୁରା ମାଡରେ ଯୁବକଙ୍କ ମୃତ୍ୟୁ ଘଟଣା । ଦୁଇ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନରିକ୍ରିଏସନ୍ କରିଛି ବଲାଙ୍ଗିର ଟାଉନଥାନା ପୋଲିସ । କ୍ରାଇମସିନ୍ ରିକ୍ରିଏସନ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ବଲାଙ୍ଗିର ଟାଉନ୍ ଥାନାରେ ଆଜି ପ୍ରେସମିଟ କରି ସୂଚନା ଦେଇଛି ପୋଲିସ ।
ଦୁଇ ହତ୍ୟା ଅଭିଯୁକ୍ତ ବିମଲ ରାଉଳ ଓ ପ୍ରିତମ କଲତାଙ୍କୁ ଗତକାଲି ଜିଲ୍ଲା ବାହାରୁ ଉଠାଇଥିଲା ପୋଲିସର ସ୍ବତନ୍ତ ଟିମ୍ । ପୂର୍ବରୁ ଅଭିଯୁକ୍ତ ଏବଂ ମୃତକଙ୍କ ମଧ୍ୟରେ କୌଣସି ପରିଚୟ ନଥିଲା । ତେବେ ବଚସାରୁ ହିଁ ଯୁବକଙ୍କୁ ଅଭିଯୁକ୍ତ ଛୁରାମାଡ କରିଥିଲେ । ସେପଟେ ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ପଚରାଉଚରା ଚାଲିଛି ବୋଲି କହିଛନ୍ତି ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ ।