ନାବାଳିକା ଛାତ୍ରୀକୁ ଅସଦାଚରଣ କରି ଥାନାରେ ଶିକ୍ଷକ ଅଟକ
Khabar Odisha:A-teacher-has-been-detained-at-a-police-station-for-allegedly-abusing-a-minor-student
ରାଇରଙ୍ଗପୁର, ଅକ୍ଟୋବର ୧୦(ଖବର ଓଡିଶା):

ରାଇରଙ୍ଗପୁର ଷ୍ଟାଡିୟମକୁ ପ୍ରତିଦିନ ଅନେକ ଖେଳାଳି ନିଜର ଖେଳ ଓ କସରତ ପାଇଁ ଆସିଥାନ୍ତି । ପଡିଆରେ ଟାଇକୋଣ୍ଡ ମଧ୍ୟ ପ୍ରଶିକ୍ଷଣ ଦିଆଯାଏ । ତେବେ ଏକ ଅଭାବନୀୟ ଘଟଣାରେ ଲୋକଙ୍କ ପ୍ରଶିକ୍ଷକଙ୍କ ଉପରୁ ବିଶ୍ୱାସ ଉଠିଯିବା ସହିତ ନିଜର ପିଲାଙ୍କୁ ପ୍ରଶିକ୍ଷଣ ପାଇଁ ଛାଡିବା ଆଗକୁ ଶହେ ଥର ଚିନ୍ତା କରିବେ । 

ପ୍ରଶିକ୍ଷଣ ଦେଉଥିବା ଜଣେ ଟାଇକୋଣ୍ଡୋ ମାଷ୍ଟର ପ୍ରଶିକ୍ଷଣ ନେଇଥିବା ଜଣେ ପାଞ୍ଚ ବର୍ଷିଆ ନାବାଳିକାକୁ ଷ୍ଟାଡିୟମ ପରିସରରେ ଥିବା ଘର ପଛପଟକୁ ନେଇ ଅସଦାଚରଣ କରିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ନଜରରେ ପଡି ଯାଇଥିଲେ । ଷ୍ଟାଡିଅମରେ ଥିବା ଲୋକେ ସମ୍ପୃକ୍ତ ଟାଇକୋଣ୍ଡୋ ମାଷ୍ଟର ଶ୍ରୀବତ୍ସ ବେହେରାକୁ ନିର୍ଧୁମ ଛେଚି ପୋଲିସ ଜିମା ଦେଇଥିଲେ । 

ସେପଟେ ଆହତ ମାଷ୍ଟରଙ୍କୁ ଚିକିତ୍ସା କରାଇ ପୋଲିସ ଅଟକ ରଖିଛି । ସେହିପରି ନାବାଳିକା ଛାତ୍ରୀଙ୍କ ଅଭିଭାବକଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ ଆସିନଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଶିକ୍ଷକ ଆଗରୁ ମଧ୍ୟ ଏପରି ଅସଦାଚରଣ କରି ଆସୁଥିବା ଜଣାପଡିବା ପରେ ସାଧାରଣରେ ସମ୍ପୃକ୍ତ ମାଷ୍ଟର ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

  • Tags:

Subscribe

National International State Sports Entertainment