ଜଙ୍ଗଲ ଭିତରୁ ଜବତ ହେଲା ବିପୁଳ ପରିମାଣର କାଠଗଣ୍ଡି । ବେଆଇନ କାଠ ଚାଲାଣକୁ ରୋକିବାରେ ସଫଳ ହୋଇଛି ବନବିଭାଗ । ଦିନ ଦ୍ଵିପ୍ରହରରେ ଚାଲିଥିଲା ଚୋରା କାରବାର ।
ସୂଚନା ଅନୁସାରେ , ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ରୋହିବାଙ୍କ କଦମଝର ବିଟ୍ ନିକଟସ୍ଥ ଗୟଳସିଂହ ଜଙ୍ଗଲରେ ବେଆଇନ କାଠ ଚାଲାଣକୁ ଧରିବାରେ ସଫଳ ହୋଇଛି ପୋଲିସ । କରତକଳ ସାହାଯ୍ୟରେ ଗଛ କଟା ହେଇ ଚାଲାଣ ହେଉଥିଲା । ଗତକାଲି କୌଣସି ସୂତ୍ରରୁ ବନବିଭାଗର କର୍ମଚାରୀମାନେ ଖବର ପାଇ ଜଙ୍ଗଲରେ ଚଢ଼ଉ କରିଥିଲେ । ଏହି ଚଢ଼ଉ ସମୟରେ ବନବିଭାଗର ଅଧିକାରୀମାନେ ଜଙ୍ଗଲ ମଧ୍ୟରୁ ୫ଖଣ୍ଡ ଶାଳ, ଶାଗୁଆନ, ପଣସ ଓ ଦୁଇଟି ଆମ୍ବ କାଠଗଣ୍ଡି ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟେ ଚାଳିଶି ହଜାର ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି । କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ଏଇଟା କି ଜଙ୍ଗଲ ଭିତରେ ଏତେ ପରିମାଣର କାଠ କିଏ ଓ କାହିଁକି କାଟୁଥିଲା । ଏହାର ଉତ୍ତର ବନବିଭାଗ ପାଖରେ ନାହିଁ । ଏବେ ବନବିଭାଗ ଏହି ଘଟଣାର ଅଧିକ ତଦନ୍ତ କରୁଛି ।
ଆଗକୁ ପଢନ୍ତୁ :- ଦାଦାବଟି ନ ଦେବାରୁ ଗାଡିଚାଳକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଦୁର୍ବୁତ୍ତ ମାନେ