ରାଜଧାନୀ ଦିଲ୍ଲୀରେ ଅତ୍ୟନ୍ତ ଲଜ୍ଜା ଏବଂ ଅଭାବନୀୟ ଘଟଣା ଘଟିଛି। ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଦିଲ୍ଲୀର ବାୱାନା ଅଞ୍ଚଳରେ କିଛି ଦିନ ତଳେ ଘଟଣା ଘଟିଛି।
ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ଚକଲେଟ ଦେବା ନାଁରେ ନାବାଳିକାଙ୍କୁ ନିଜ ପାଖକୁ ଡାକି ଆଣିଥିଲା। ଏହାପରେ ତାକୁ ଗୋଟିଏ ନିଛାଟିଆ ଅଞ୍ଚଳକୁ ନେଇ ଯାଇଥିଲା।ସେଠାରେ ସେ ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହାପରେ ତାଙ୍କୁ ତଣ୍ଟି ଚିପି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ମୃତଦେହକୁ ବାୱାନାରେ ଥିବା ଗୋଟିଏ ଫ୍ୟାକ୍ଟ୍ରୀ ଭିତରେ ଲୁଚାଇ ରଖି ଫେରାର ହୋଇ ଯାଇଥିଲା ବୋଲି ପୋଲିସ କହିଛି।
ତେବେ ଝିଅଟିର ପରିବାର ଲୋକ ଖୋଜା ଖୋଜି କରି ହତାଶ ହେବାରୁ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରିବାରୁ ନାବାଳିକାଙ୍କୁ ଅଭିଯୁକ୍ତ ଜଣକ ନିଜ ସହ ନେଇ ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ପୋଲିସ ଏହି ତଥ୍ୟକୁ ଆଧାର କରି ପ୍ରଥମେ ଅଭିଯୁକ୍ତ ବ୍ୟକ୍ତି ପାଖରେ ପହଞ୍ଚିଥିଲା। ତାକୁ ଗିରଫ କରିବା ପରେ ଫ୍ୟାକ୍ଟ୍ରୀ ଭିତରୁ ମୃତଦେହକୁ ଉଦ୍ଧାର କରିଥିଲା। ଘଟଣା ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।