ଖବର ଓଡିଶା : 04/02/2023:
ଖୋର୍ଦ୍ଧା ଜଟଣୀରେ ଫୁଟିଲା ବୋମା । ଜଟଣୀ ଥାନା କଣ୍ଟିଆ ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ବୋମାମାଡ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ସେହି ଗ୍ରାମର ରଚିତ୍ରାନନ୍ଦ ସାମନ୍ତରାୟ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଲଗାତାର୍ ଭାବେ ତାଙ୍କୁ ୩ ରୁ ଅଧିକ ଥର ବୋମାମାଡ କରାଯାଇଛି। ପୋଲିସ ଘଟଣାସ୍ଥଳରୁ ଏକାଧିକ ଅଫୁଟା ବୋମା ଜବତ କରିଛି। ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି ।