ଗୋଷ୍ଠୀ ସଂଘର୍ଷରୁ ତୁମୁଳକାଣ୍ଡ । କମେଣ୍ଟମରାକୁ ନେଇ ହାତାହାତି ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାର୍ପିଟ୍ । କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ କରବର ଗାଁରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ୮ ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ଗତକାଲି କରବର ଗାଁରେ ଗଣେଶ ପୂଜା ଭସାଣି ଚାଲିଥିଲା। ଏହି ସମୟରେ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ହାତାହାତି ହୋଇଥିଲେ। ଗୋଷ୍ଠୀସଂଘର୍ଷରେ ଉଭୟ ପକ୍ଷର ୮ ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବାଙ୍କି ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା ।
ସେହିପରି ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ଖଣ୍ଡହତା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ୮ ଜଣ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ହୋଇଛି। ପ୍ରଥମେ ମୁହାଁମୁହିଁ ଓ ପରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଆହତଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏବେ ବି ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିଓ ନିୟନ୍ତ୍ରଣ ରଖିଛି ।
ଅଧିକ ପଢନ୍ତୁ:- ୨ ଦିନ ପରେ ବି ମିଳୁନି ବ୍ରାଞ୍ଚ ମ୍ୟାନେଜରଙ୍କ ପତ୍ତା