ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟ ଦୁର୍ନୀତି ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ଅଦାଲତ ୬ ଜଣ ସରକାରୀ ଅଧିକାରୀଙ୍କ ମାମଲାର ରାୟ ଶୁଣାଇଛନ୍ତି । ଶନିବାର ୬ ଜଣ ସରକାରୀ ଅଧିକାରୀଙ୍କୁ ଜେଲ ପଠାଇଛନ୍ତି ଭିଜିଲାନ୍ସ କୋର୍ଟ । ଆୟ ବର୍ହିଭୂତ ସମ୍ପତିଠୁଳ ଏବଂ ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ଜେଲ ଯାଇଛନ୍ତି ସମସ୍ତ ଅଧିକାରୀ ।
କଟକ ମ୍ୟୁନିସିପାଲ କର୍ପୋରେସନର ଅବସରପ୍ରାପ୍ତ ମୋହରି ତଥା କର ଆଦାୟକାରୀ ଉସମାନ ଖାନ, ଅନୁଗୁଳ ଡିଆରଡିଏ ତଥା ଡୁଡାରୁ ବହିଷ୍କୃତ ସିଏଲଟିସି ଶ୍ରୀକାନ୍ତ ମହାପାତ୍ର, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆଇଟିଡିଏର ଅବସରପ୍ରାପ୍ତ ଇଞ୍ଜିନିୟର ଶିବାନନ୍ଦ ପଟ୍ଟନାୟକ, ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ଶକ୍ତି ରଞ୍ଜନ ସିଂହସାମନ୍ତ ଏବଂ କଟକ ଜଗତପୁର ମହାନଦୀ ନର୍ଥ ଡିଭିଜନର ଚତୁର୍ଭୁଜ ବେହେରାଙ୍କୁ ଭିଜିଲାନ୍ସ କୋର୍ଟ ୪ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହିତ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଅନ୍ୟପକ୍ଷରେ ସୁନ୍ଦରଗଡ଼ର ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ ହେମନ୍ତ କୁମାର ମିଶ୍ରଙ୍କୁ ୩ ବର୍ଷ କାରାଦଣ୍ଡ ସହିତ ଏକ ଲକ୍ଷ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତ ।