ପୁଣେ: ମହାରାଷ୍ଟ୍ରର ପୁଣେରେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ଦୁଇ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୩ ଜଣ ଅଭିଯୁକ୍ତ ଏହି ଘଟଣା ଘଟାଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ମହିଳା ଜଣକ ଜଣେ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି।
ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ଓ ତାଙ୍କ ସାଙ୍ଗ କୋନ୍ଧୱା ଅଞ୍ଚଳରେ ରହୁଥିଲେ। ଏହାପରେ ତିନି ଜଣ ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ଯୁବତୀଙ୍କ ସାଙ୍ଗକୁ ମାଡ଼ ମାରିଥିଲେ। ରାତି ପ୍ରାୟ ୧୧ଟା ବେଳେ ଅଭିଯୁକ୍ତ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ।
ଏହାପରେ ସେ ମହିଳାଙ୍କ ସାଙ୍ଗକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି ବୋଲି ପୁଲିସ କହିଛି। ପୁଲିସ କହିଛି ଯେ ଶୁକ୍ରବାର ଭୋର ପ୍ରାୟ ୫ଟାରେ ସେମାନେ ଘଟଣା ବିଷୟରେ ସୂଚନା ପାଇଥିଲେ ଏବଂ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚର ୧୦ଟି ଟିମ୍ ଗଠନ କରାଯାଇଛି। ପୀଡ଼ିତା ଜଣକ ରାଜ୍ୟର ଜଳଗାଓଁର ବାସିନ୍ଦା ହୋଇଥିବା ବେଳେ ତାଙ୍କ ସାଙ୍ଗ ଗୁଜରାଟର ସୁରତର ବାସିନ୍ଦା ବୋଲି ପୁଲିସ କହିଛି।
ଅଧିକ ପଢ଼ନ୍ତୁ: ମା' ବୈଷ୍ଣୋଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ବଢ଼ିଲା, ଜାରି ହେଲା ନିର୍ଦ୍ଦେଶନାମା