ବେଆଇନ ଅଫିମ ଚାଲାଣ ବେଳେ ଦୁଇ ଅଭିଯୁକ୍ତଙ୍କୁ କାବୁ କଲା ଏସଟିଏଫ । ରାଉରକେଲା ପାନପୋଷରେ ୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ କରିବା ସହିତ ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ଅଭଯୁକ୍ତ ହେଲେ ଝାଡଖଣ୍ଡର ବିଟୁ ସିଂହ ମୁଣ୍ଡା ଓ ରୋହିତ ମୁଣ୍ଡା ।
ସୂଚନା ଅନୁଯାୟୀ, ଏହି ଦୁଇ ଅଭିଯୁକ୍ତ ଓ ସେମାନଙ୍କର ଅନ୍ୟ କିଛି ସାଥୀ ରାଜସ୍ଥାନରୁ ଅଫିମ ସଂଗ୍ରହ କରି ସୁନ୍ଦରଗଡ, ରାଉରକେଲା ଓ ଝାଡଖଣ୍ଡକୁ ଚାଲାଣ କରୁଥିଲେ । ଅଫିମରୁ କେବଳ ଯେ, ବ୍ରାଉନସୁଗାର ଓ ହେରୋଇନ୍ ପ୍ରସ୍ତୁତ ହୁଏ ତାହା ନୁହେଁ, ଏଥିରୁ ଔଷଧ ମଧ୍ୟ ପ୍ରସ୍ତୁତ ହୁଏ । ଆଉ ଏହି ଔଷଧ ପ୍ରସ୍ତୁତ କରିବା ପାଇଁ ଦେଶର ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଅଫିମକୁ ଆଇନତଃ ଚାଷ କରାଯାଉଛି । ତେଣୁ ଉକ୍ତ କୌଣସି ସ୍ଥାନରୁ ଏହି ଜବତ ଅଫିମକୁ ବେଆଇନ ଭାବେ ଚାଲାଣ କରାଯାଇଥିବା ସନ୍ଦେହ କରୁଛି ଏସଟିଏଫ୍ । ଏନେଇ ଅଧିକ ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ମାନଙ୍କ ଅନ୍ୟ ସାଥୀମାନଙ୍କୁ ଖୋଜ ଖୋଜି କରୁଛି ଏସଟିଏଫ୍ ।
ଅଧିକ ପଢ଼ନ୍ତୁ : ବାଇକରେ ଆସି ଝାମ୍ପି ନେଲେ ସୁନାର ମଙ୍ଗଳସୂତ୍ର