ନୂଆଦିଲ୍ଲୀ: ଭାରତୀୟ ବଜାରକୁ ଆସିଛି ମୋଟାପଣ ଏବଂ ଟାଇପ୍-୨ ମଧୁମେହ ରୋଗ ପାଇଁ ଔଷଧ ଓଜମ୍ପିକ୍ (Ozempic)। ଡେନମାର୍କର ଏକ ଔଷଧ ତିଆରି କମ୍ପାନୀ ନୋବୋ ନର୍ଡିକ୍ସ ଶୁକ୍ରବାର ଭାରତରେ ଲଞ୍ଚ୍ କରିଛି । ମାତ୍ର ୪ ଡୋଜ୍ ବା ମାସିକ ଔଷଧର ମୂଲ୍ୟ ୮୦୦୦ ଟଙ୍କା ରହିଛି ।
ନୋଭୋ ନର୍ଡିକ୍ସ କମ୍ପାନୀର ଭାରତର ପରିଚାଳନା ନିର୍ଦ୍ଦେଶକ ବିକ୍ରାନ୍ତ ଶ୍ରୋତିୟା କହିଛନ୍ତି ଯେ ଓଜମ୍ପିକ୍ ୩ ପ୍ରକାରର ରହିଛି, ଯଥା ୦.୨୫ ଏମଜି, ୦.୫ ଏମଜି ଏବଂ ୧ ଏମଜି । ପ୍ରତ୍ୟେକ ସପ୍ତାହରେ ଗୋଟିଏ ଡୋଜ୍ ନେବାକୁ ପଡ଼ିବ । ପ୍ରତି ୦.୨୫ ଏମଜି ଡୋଜର ମୂଲ୍ୟ ୨୨୦୦ ଟଙ୍କା ହିସାବରେ ମାସକୁ ୮୮୦୦ ଟଙ୍କା ଦେବାକୁ ପଡ଼ିବ । ଡୋଜରେ ମିଳିବ । ୦.୫ ଏମଜି ଡୋଜର ମୂଲ୍ୟ ସପ୍ତାହକୁ ୨୫୪୩ ଟଙ୍କା ହିସାବରେ ୪ ସପ୍ତାହ ପାଇଁ ୧୦୧୭୦ ଟଙ୍କା ରହିଛି । ସେହିପରି ୧ ଏମଜି ଡୋଜ୍ ପାଇଁ ସପ୍ତାହକୁ ୨୭୯୩ ହିସାବରେ ୪ ସପ୍ତାହ ପାଇଁ ୧୧,୧୭୫ ଟଙ୍କା ରହିଛି ।
ନର୍ଡିକ୍ସ କମ୍ପାନୀ କହିଛି ଯେ ଏହି ଓଜମ୍ପିକ୍ ମେଡ଼ିସିନ୍ ମୋଟାପଣ ଏବଂ ଟାଇପ୍-୨ ଡାଇବେଟିସ୍ ପାଇଁ ରକ୍ତରେ ସର୍କରାକୁ ନିୟନ୍ତ୍ରଣ ରଖିବାରେ ସହାୟକ ହେବ । ଏହାକୁ କେବଳ ଡାକ୍ତରଙ୍କ ତତ୍ୱାବଧାନରେ ନିଆଯାଇ ପାରିବ । ଏଥିରେ ସେମାଗ୍ଲଟାଇଡ୍ ରହିଛି ଯାହା ପ୍ରାକୃତିକ ହରମୋନ୍ ଜିଏଲପି-୧ ଭଳି କାମ କରିଥାଏ । ଜିଏଲପି-୧ ହରମୋନ ଯାହା ଖାଦ୍ୟ ଖାଇ ସାରିବା ପରେ ଶରୀରରେ ତିଆରି ହୋଇଥାଏ । ଏହା ରକ୍ତରରେ ସର୍କରା ପରିମାଣକୁ ନିୟନ୍ତ୍ରଣ ରଖିଥାଏ । ଭୋକ କମ୍ ହେବା ଏବଂ ହଜମ ଶକ୍ତିକୁ ଧିର କରିଥାଏ । ଓଜମ୍ପିକ୍ ଔଷଧ ଏବେ ସେହି କାମ କରିବ ବୋଲି କମ୍ପାନୀ କହିଛି ।
ତେବେ କମ୍ପାନୀର ଏହାର ପାର୍ଶ୍ୱ ପ୍ରତିକ୍ରିୟା ବାବଦରେ ମଧ୍ୟ ଗ୍ରାହକଙ୍କୁ ଅବଗତ କରାଇଛି । ଏହାକୁ ସେବନ କରିବା ଦ୍ୱାରା ପାନକ୍ରିୟାସ ବା ଅଗ୍ନାଶୟ ସମସ୍ୟା ଦେଖାଯିବା, ଦୃଷ୍ଟି ଶକ୍ତିରେ ପରିବର୍ତ୍ତନ, ବାନ୍ତି ଲାଗିବା, କିଡ଼ନୀ ସମସ୍ୟା, ପେଟରେ ସମସ୍ୟା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଜଣ ଜଣକୁ ଆସିପାରେ । ତେଣୁ ଏହି ମେଡ଼ିସିନ୍ ଡାକ୍ତରଙ୍କ ପରାମର୍ଶରେ ଖାଇବାକୁ କମ୍ପାନୀକୁ ପରାମର୍ଶ ଦେଇଛି ।
ପ୍ରଥମେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଏଲି ଲିଲି ଓଜନ କମାଇବାକୁ ମୌନଜାରୋ ନାମକ ଔଷଧ ଲଞ୍ଚ କରିଥିଲେ । ଏହା ପରେ ନୋବୋ କମ୍ପାନୀ ଜୁନ୍ ମାସରେ ଓଜନ ହ୍ରାସ କରିବା ଇଞ୍ଜେକ୍ସନ୍ ୱେଗୋବି ଲଞ୍ଚ କରିଥିଲା । ଏବେ ବଟିକା ଆକାରରେ ଓଜମ୍ପିକକୁ ବଜାରକୁ ଛାଡ଼ିଛି ।