ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କର ଅଧ୍ୟକ୍ଷ ଏବଂ ଇଣ୍ଡିଆ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ସଂସ୍ଥାର ପୂର୍ବତନ ଅଧ୍ୟକ୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଟି.ଏନ୍. ମନୋହରନ୍ ଙ୍କ ପରଲୋକ ଘଟଛି । ବୁଧବାର ସକାଳେ ମୁମ୍ବାଇରେ 69 ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ ।
ଟି.ଏନ୍. ମନୋହରନ୍ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ସଫଳତା ହାସଲ କରିଛନ୍ତି । ସେ ପୂର୍ବରୁ କାନାରା ବ୍ୟାଙ୍କର ନନଏକଜିକ୍ୟୁଟିଭ ଚେୟାରମ୍ୟାନ ଥିଲେ। ଆରବିଆଇର ନିର୍ଦ୍ଦେଶରେ ସାହାରା ଇଣ୍ଡିଆ ଫାଇନାନ୍ସ କର୍ପୋରେସନରେ ନିର୍ଦ୍ଦେଶକ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।
ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ ସତ୍ୟମ୍ କମ୍ପ୍ୟୁଟର୍ସ ସର୍ଭିସେସ୍ ଲିମିଟେଡର ବୋର୍ଡରେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା । ୨୦୦୯ରେ ସତ୍ୟମ୍ ପୁନରୁଦ୍ଧାର ପାଇଁ ତାଙ୍କୁ ବ୍ୟବସାୟ ନେତୃତ୍ୱ ଏବଂ ବର୍ଷର ଭାରତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହିତ ସେ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
ଟି.ଏନ୍. ମନୋହରନ୍ ମାଡ୍ରାସ୍ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ହାସଲ କରିଥିବାବେଳେ ଆନ୍ଧ୍ରପ୍ରଦେଶର ଶ୍ରୀ ଭେଙ୍କଟେଶ୍ୱର ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକୋତ୍ତର ହାସଲ କରିଛନ୍ତି ।