ଜନ ଧନ ଯୋଜନା ଭାରତର ବିକାଶ ପଥରେ ପରିବର୍ତ୍ତନ ଆଣିବା ସହିତ ଆର୍ଥିକ ଅନ୍ତର୍ଭୂକ୍ତିକୁ ତଥା ସମ୍ମାନର ଜୀବନକୁ ସୁନିଶ୍ଚିତ କରିଛି: ପ୍ରଧାନମନ୍ତ୍ରୀ
Khabar Odisha:The-Jan-Dhan-Yojana-has-changed-the-course-of-Indias-development-and-ensured-financial-inclusion-and-a-life-of-dignity-Prime-Minister

ନୁଆଦିଲ୍ଲୀ, ଅଗଷ୍ଟ ୨୮(ଖବର ଓଡ଼ିଶା): ଆଜି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ସପ୍ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଯୋଜନା ଭାରତର ବିକାଶ ପଥରେ ପରିବର୍ତ୍ତନ ଆଣିଛି ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକୁ ତଥା ସମ୍ମାନର ଜୀବନ ତଥା ଅସଂଖ୍ୟ ସଶକ୍ତିକରଣକୁ ସୁନିଶ୍ଚିତ କରିଛି। ଲୋକେ ବହୁଳ ମାତ୍ରାରେ ଜନ ଧନ ଯୋଜନା ଯୋଗ ଦେଇଛନ୍ତି। ମୁଁ ଏହି ଯୋଜନାକୁ ସଫଳ କରିବା ପାଇଁ କାର୍ଯ୍ୟ କରିଥିବା ସମସ୍ତଙ୍କର ଅକ୍ଲାନ୍ତ ଉଦ୍ୟମକୁ ମୁଁ ପ୍ରଶଂସା କରିବାକୁ ଚାହେଁ । ସେମାନଙ୍କର ଉଦ୍ୟମ ଭାରତର ଲୋକଙ୍କୁ ଉନ୍ନତମାନର ଜୀବନଯାପନ କରିବାରେ ନିଶ୍ଚିତ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ୱିଟରେ କହିଛନ୍ତି।

ଏହି ସତ ବର୍ଷରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ୪୩.୦୪ କୋଟିରୁ ଅଧିକ ଖାତା ଖୋଲିଛି । ୩୧ କୋଟି ରୁ ଅଧିକ ସ୍ମାର୍ଟ ଏଟିଏମ କାର୍ଡ ଜାରି କରାଯାଇଛି । ଜନ ଧାନ ଆକାଉଣ୍ଟରେ ୧.୪ ଲକ୍ଷରୁ ଅଧିକ କୋଟି ଜମା ହୋଇଛି । ଜନ ଧନ ଯୋଜନା ମାଧ୍ୟମରେ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଉଥିବା ୨ ଲକ୍ଷ ବ୍ୟାଙ୍କ ସାମିଲ ହୋଇଛନ୍ତି ।

 ତେବେ ଜନ ଧନ ଯୋଜନାର ସପ୍ତମ ବାର୍ଷିକୀ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ନିଜର ଭାବନା ବ୍ୟକ୍ତ କରିଛନ୍ତି। ଏକ ବିବୃତ୍ତି ଅନୁଯାୟୀ, ସୀତାରମଣ କହିଛନ୍ତି,୭ ବର୍ଷ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଦ୍ୱାରା ଉଭୟ ପରିବର୍ତ୍ତନଶୀଳ ତଥା ଦିଗଦର୍ଶନ ପରିବର୍ତ୍ତନ ହୋଇପାରିଛି ଯାହା ଦ୍ୱାରା ଉଦୀୟମାନ ଏଫ୍ ଇକୋସିଷ୍ଟମ୍ ଶେଷ ସମାଜର ଗରିବ ଲୋକଙ୍କୁ ଆର୍ଥିକ ସେବା ପ୍ରଦାନ କରିବାରେ ସକ୍ଷମ ହେବ। । 

ଏହି ଯୋଜନା ହେଉଛି ପୃଥିବୀର ସବୁଠୁ ବଡ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନା, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ୨୦୧୪ ରେ ଘୋଷଣା କରିଥିଲେ ଏବଂ ଏହା ଅଗଷ୍ଟ ୨୮, ୨୦୧୪ ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସୁଲଭ ମୂଲ୍ୟରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଆଦି କାର୍ଯ୍ୟକୁ ସୁଗମ କରିବା ।

  • Tags:

Subscribe

National International State Sports Entertainment