ନୂଆଦିଲ୍ଲୀ: ସେୟାର ବଜାର କ୍ରମାଗତ ଦ୍ୱିତୀୟ ଦିନରେ ଇତିହାସ ରଚିଛି । ଦେଶରେ ସାଧାରଣ ନିର୍ବାଚନ ଜାରି ରହିଥିବା ବେଳେ ନିଫ୍ଟି ଓ ସେନସେକ୍ସ ସର୍ବକାଳୀନ ଶୀର୍ଷରେ ପହଞ୍ଚିଛି । ନିଫ୍ଟି ପ୍ରଥମ ଥର ୨୩,୦୦୦ ଅତିକ୍ରମ କରିଛି, ସେନ୍ସେକ୍ସ ମାର୍କେଟର ଆରମ୍ଭ ୧୫ ମିନିଟରେ ୭୫,୫୫୮ରେ ପହଞ୍ଚିଛି । ଏହା ଦ୍ୱାରା ବଜାଜ ଫାଇନାନ୍ସ, ଏଲଆଣ୍ଡଟି, ଟାଟାଷ୍ଟିଲ, ଷ୍ଟେଟ୍ ବ୍ୟାଙ୍କ, ୱିପ୍ରୋ, ଏଚଡିଏଫ୍ସି ବ୍ୟାଙ୍କ, ବଜାଜ ଫିନ୍ସର୍ଭ, ଅଲ୍ଟ୍ରାଟେକ୍ର ବଡ଼ ଭୂମିକା ରହିଛି ।
ସେୟାର ବଜାର ଆଜି ନାଲି ଚିହ୍ନରୁ ଆରମ୍ଭ ହୋଇଥିଲା । ସେନ୍ସେକ୍ସ ୮୨.୫୯ ପଏଣ୍ଟ ତଳେ ୭୫,୩୩୫ ପଏଣ୍ଟଓ ନିଫ୍ଟି ୩୬.୯୦ ପଏ୍ଣ୍ଟ ସହିତ ୨୨,୯୩୦ରୁ ପଏଣ୍ଟରୁ ଖୋଲିଥିଲା । ମାତ୍ର ଏହିସ୍ଥିତି ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା । ନିଫ୍ଟି ଇତିହାସ ରଚି ୨୩,୦୦୦ ସ୍ତର ଅତିକ୍ରମ କରିଥିଲା । ଅନ୍ୟପଟରେ ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୧୯୬ ପଏଣ୍ଟ ବୃଦ୍ଧି ପାଇଁ ୭୫,୪୧୮ ପଏଣ୍ଟରେ ବନ୍ଦ ହୋଇଥିଲା । ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୭୦ ପଏଣ୍ଟ ବୃଦ୍ଧି ପାଇଁ ୨୨,୯୬୮ ପଏଣ୍ଟରେ ବନ୍ଦ ହୋଇଥିଲା ।