ଛାତ୍ର କଂଗ୍ରେସର ବିରୋଧ, ପିଆଜ କିଲୋ ୧୫୦- ଆପଣମାନେ ଖୁସି ତ'
Khabar Odisha:State-Odisha-Congress-Students-wing-activists-allegedly-hurl-onions-at-the-residence-of-Food-Supplies--Consumer-Welfare-Minister
ଭୁବନେଶ୍ୱର, ଡିସେମ୍ବର ୧୦ (ଖବର ଓଡ଼ିଶା):

ରାଜ୍ୟରେ ପିଆଜ ଦର ଏବେ ଆକାଶ ଛୁଆଁ । ପିଆଜର ଅହେତୁକ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ପିଆଜର ଦର ବୃଦ୍ଧିକୁ ପ୍ରତିବାଦ କରି ଛାତ୍ର କଂଗ୍ରେସ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବାସଭବନ ଅଭିମୁଖେ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିଛି । 

ଓଡ଼ିଶାରେ ପିଆଜ ଦର ଏବେ ୧୫୦ ଛୁଇଁଲାଣି । ସାଧାରଣ ଲୋକଙ୍କ ହାଣ୍ଡିଶାଳରୁ ଉଭେଇ ଗଲାଣି ପିଆଜ । ପିଆଜ ଦର ହୁ ହୁ ହୋଇ ବଢୁଥିବାରୁ ଆଜି ଛାତ୍ର କଂଗ୍ରେସ ବେକରେ ପିଆଜ ମାଳ ପକାଇ କଂଗ୍ରେସ ଭବନରୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଘର ଅଭିମୁଖେ ବିଶାଳ ଶୋଭାଯାତ୍ରା କରିଛନ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ପିଆଜ କିଲୋ ୧୫୦ ଟଙ୍କା । ଆପଣ ମାନେ ଖୁସି ତ' ବୋଲି ସ୍ଲୋଗାନ ଦିଆଯାଉଛି । ମନ୍ତ୍ରୀଙ୍କ ବାସଭବନ ଆଡ଼କୁ ପିଆଜ ଫୋପାଡ଼ି ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ମନ୍ତ୍ରୀଙ୍କ ବାସଭବନରେ ପଶିବା ପୂର୍ବରୁ ଛାତ୍ର କଂଗ୍ରେସ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି ।

କିଛି ଦିନ ପୂର୍ବରୁ ମଧ୍ୟ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ପାଖରେ ପିଆଜ କିଲୋ ୪୦ଟଙ୍କାରେ ବିକ୍ରି କରାଯାଇ ପିଆଜ ଦର ବୃଦ୍ଧିକୁ ବିରୋଧ କରାଯାଇଥିଲା ।

  • Tags:

Subscribe

National International State Sports Entertainment