ନୂଆଦିଲ୍ଲୀ: ତୈଳ କଂପାନିଗୁଡ଼ିକ ଜନସାଧାରଣଙ୍କୁ ମୁଦ୍ରାସ୍ଫୀତିର ଝଟକା ଦେଇଛନ୍ତି। ତୈଳ ବିପଣନ କମ୍ପାନୀଗୁଡିକ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଛନ୍ତି। ଏହା ଦ୍ବାରା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର ବଢ଼ିଯାଇଛି।
ସେପ୍ଟେମ୍ବର ପହିଲାରୁ ଦିଲ୍ଲୀରେ ୧୯ କେଜି ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୯ ଟଙ୍କା ବୃଦ୍ଧି ପାଇଛି। ସେହିପରି ଆଜିଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରି ମୂଲ୍ୟ ୧୬୯୧.୫୦ ଟଙ୍କା ହୋଇଛି।
ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର ବଢ଼ିଥିବା ବେଳେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତି ରହିଛି। ଏହି କାରଣରୁ ରୋଷେଇ ଏଲ୍ପିଜି ଗ୍ୟାସ୍ ଉପରେ ନିର୍ଭର କରୁଥିବା ଦେଶର କୋଟିକୋଟି ଜନତା ଆଶ୍ବସ୍ତିଲାଭ କରିଛନ୍ତି।
ଅଧିକ ପଢ଼ନ୍ତୁ: ୱାୟନାଡରେ ପୁଣି ଭୂସ୍ଖଳନ: ସତର୍କ ସୂଚନା ଜାରି କଲା ପ୍ରଶାସନ