ୱାୟନାଡ: କେରଳର ୱାୟନାଡରେ ଗତ ଜୁଲାଇ ମାସରେ ହୋଇଥିବା ଭୂସ୍ଖଳନରେ ଶହଶହ ଲୋକଙ୍କର ମୃତ୍ୟୁ ଘଟଣାକୁ ଦେଶବାସୀ ଭୁଲିପାରି ନାହାନ୍ତି। ଏବେ ପୁଣି ଏହି ଅଞ୍ଚଳରେ ଭୂସ୍ଖଳନ ହୋଇଛି। ପୁଞ୍ଚେରିମାଟ୍ଟାମ୍ ନିକଟରେ ଶନିବାର ଏକ ଭୂସ୍ଖଳନ ଘଟିଛି। ଜୁଲାଇ ୩୦ରେ ହୋଇଥିବା ଭୂସ୍ଖଳନର କେନ୍ଦ୍ରସ୍ଥଳ ଥିଲା ପଞ୍ଚାରିମାଟ୍ଟାମରେ। ଏହି ଅଞ୍ଚଳରେ ସର୍ଚ୍ଚ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଜୁଲାଇ୩୦ ରେ ୱାୟନାଡର ମୁଣ୍ଡାକ୍କାଇ ଏବଂ ଚୁରାମଲା ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୭୮ ଜଣ ଏବେ ବି ନିଖୋଜ ଅଛନ୍ତି।
ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ଅନେକ ଦିନ ଧରି ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁଁ ମୋଗଲରାଜପୁରମ ଅଞ୍ଚଳରେ ଭୂସ୍ଖଳନ ହୋଇଛି, ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ବିଜୟୱାଡ଼ାର ମୋଗଲରାଜପୁରମ୍ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ମୃତକଙ୍କ ଘର ଉପରକୁ ବଡ଼ ବଡ଼ ପଥର ଖସି ପଡ଼ିଥିଲା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭୂସ୍ଖଳନ କ୍ଷତିଗ୍ରସ୍ତଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।
ବିଜୟୱାଡ଼ାର ମୋଗଲରାଜପୁରମରେ ଭୂସ୍ଖଳନ ଘଟି୪ ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନାଇଡୁ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଭୂସ୍ଖଳନ ପ୍ରବଣ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ବର୍ଷକରେ ୧୮୧ ବାଘ ମୃତ