ନଭେମ୍ୱରରେ କାର ବିକ୍ରିରେ ସୁଧାର, ସ୍କୁଟର-ବାଇକ ବିକ୍ରିରେ ୧୪.୨୭% କମ
Khabar Odisha:National-news--Auto-Sector-Association-SIAM-Released-Car-And-Bike-Sales-Figures-Of-November-2019
ନୂଆଦିଲ୍ଲୀ, ଡିସେମ୍ବର ୧୦ (ଖବର ଓଡ଼ିଶା):

ନଭେମ୍ୱର ମାସରେ ପାସେଞ୍ଜର ଭେଇକଲ ସେଗମେଣ୍ଟରେ ଅଳ୍ପ ହ୍ରାସ ହୋଇଛି । ଅଟୋମୋବାଇଲ ସେକ୍ଟରର ସଂଗଠନ ସିୟାମ ତରଫରୁ ଜାରି ହୋଇଥିବା ସଂଖ୍ୟା ଅନୁସାରେ ନଭେମ୍ୱରରେ ଘରୋଇ ବଜାରରେ ଯାତ୍ରୀ ବାହାନର ବିକ୍ରିରେ ୦.୮୪ ପ୍ରତିଶତ ହ୍ରାସ ହୋଇଛି । ଗତ ମାସରେ ୨୬୩,୭୭୩ ୟୁନିଟ ବିକ୍ରି ହୋଇଥିଲା, ପୂର୍ବ ବର୍ଷ ସମାନ ସମୟରେ ଏହି ସଂଖ୍ୟା ୨୬୬,୦୦୦ ୟୁନିଟ ରହିଥିଲା । 

ସେହିପରି କମର୍ସିୟଲ ସେଗମେଣ୍ଟରେ ହ୍ରାସ ଜାରି ରହିଛି । ଗତ ମାସରେ ଘରୋଇ ବଜାରରେ ବାଣିଜ୍ୟିକ ବାହାନର ବିକ୍ରିରେ ୧୪.୯୮ ପ୍ରତିଶତ ହ୍ରାସ ହୋଇଥିଲା । ନଭେମ୍ୱର ୨୦୧୯ରେ ଏହି ସଂଖ୍ୟା  ୬୧,୯୦୭ ରହିଛି, ଗତ ବର୍ଷ ଚଳିତ ମାସରେ ଏହି ସଂଖ୍ୟା  ୭୨,୮୧୨ ରହିଛି । 

୨୦୧୯ର ଘରୋଇ ବଜାରରେ ବିକ୍ରି

ବିଭାଗ              ୨୦୧୮              ୨୦୧୯                 %ରେ ପରିବର୍ତ୍ତନ

ଯାତ୍ରୀ ବାହନ       ୨୬୬,୦୦୦      ୨୬୩,୭୭୩ -୦.୮୪

ବାଣିଜ୍ୟିକ ବାହନ   ୭୨,୮୧୨         ୬୧,୯୦୭ -୧୪.୯୮

ତିନି ଚକିଆ ଯାନ ୫୩,୪୦୧         ୫୫,୭୭୮ ୪.୪୫

ଦୁଇ ଚକିଆ ଯାନା ୧,୬୪୫,୭୮୩  ୧,୪୧୦,୯୩୯ -୧୪.୨୭

ସମୁଦାୟ          ୨,୦୩୮,୦୦୭    ୧,୭୯୨,୪୧୫ -୧୨.୦୫

Subscribe

National International State Sports Entertainment