ନୂଆଦିଲ୍ଲୀ: ସଂସଦରେ ସାଧାରଣ ବଜେଟ୍ ୨୦୨୫ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବିତ୍ତ ବର୍ଗଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଏହି ପରିବର୍ତ୍ତନ ନ୍ୟୁ ଟ୍ୟାକ୍ସ ରିଜିମ ଆଧାରରେ କରାଯାଇଛି । ଏହା ପୂର୍ବରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡୁ ନ ଥିଲା ।
ଅର୍ଥମନ୍ତ୍ରୀ କହିଛନ୍ତି, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଏବେ କୌଣସି ଆୟକର ଦେବାକୁ ପଡିବ ନାହିଁ । ଏଥିରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ଯୋଡି ଦେଲେ ବେତନଭୋଗୀ ଲୋକଙ୍କ ପାଇଁ ୧୨.୭୫ ଲକ୍ଷ ଟଙ୍କାର ଆୟ ଉପରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ । ସେ କହିଛନ୍ତି, ଟିଡିଏସର ସୀମାରେ ପରିବର୍ତ୍ତନ ଅଣାଯିବ ଯଦ୍ୱାରା ଏଥିରେ ଲୋକେ ଉପକୃତ ହୋଇ ପାରିବେ । ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସରେ କୋହଳ ସୀମାକୁ ୫୦ ହଜାରରୁ ବଢାଇ ଏକ ଲକ୍ଷ ଟଙ୍କା କରାଯିବ । ଭଡାରୁ ହେଉଥିବା ଆୟ ଉପରେ ଟିଡିଏସରେ କୋହଳ ସୀମା ବଢାଯାଇ ଛଅ ଲକ୍ଷ ଟଙ୍କା କରାଯିବ ।
ଏବେ ୨୪ ଲକ୍ଷ ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଲାଗିବ । ଏହା ସହିତ ୧୫-୨୦ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ କାଟିବ । ଅନ୍ୟପଟେ ୮ରୁ ୧୨ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ଲାଗିବ ।
ପରିବର୍ତ୍ତିତ ଟ୍ୟାକ୍ସ ସ୍ଲାବ
୦ ରୁ ୪ ଲକ୍ଷ- ଜିରୋ
୪ ରୁ ୮ ଲକ୍ଷ- ୫ ପ୍ରତିଶତ
୮ରୁ ୧୨ ଲକ୍ଷ- ୧୦ ପ୍ରତିଶତ
୧୨ ରୁ ୧୬ ଲକ୍ଷ- ୧୫ ପ୍ରତିଶତ
୧୬ରୁ ୨୦ ଲକ୍ଷ- ୨୦ ପ୍ରତିଶତ
୨୦ ରୁ ୨୫ ଲକ୍ଷ- ୨୫ ପ୍ରତିଶତ
୨୫ ଲକ୍ଷରୁ ଅଧିକ ଆୟ- ୩୦ ପ୍ରତିଶତ
୧୨ ଲକ୍ଷ ଆୟ ଉପରେ ଜିରୋ ଟ୍ୟାକ୍ସ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ଘୋଷଣା ପରେ ମଧ୍ୟବିତ୍ତ ବର୍ଗଙ୍କୁ ବଡ ଆଶ୍ୱସ୍ତି ମିଳିଛି । ବାର୍ଷିକ ୧୨ ଲକ୍ଷ ପର୍ଯ୍ୟନ୍ତ ଯଦି କୌଣସି ବ୍ୟକ୍ତି ଆୟ କରୁଛନ୍ତି ତେବେ ସେମାନଙ୍କୁ ଟଙ୍କାଟିଏ ବି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଯଦି ୧୨ ଲକ୍ଷରୁ ଟଙ୍କାଟିଏ ବି ଅଧିକ ଆୟ କରୁଛନ୍ତି ତେବେ ଟ୍ୟାକ୍ସ ଲାଗିବ ।