ଏପ୍ରିଲ-ଜୁନ୍ ତ୍ରୟ ମାସରେ ଦୃତ ଅର୍ଥନୈତିକ ଅଭିବୃଦ୍ଧି ସହିତ ୨୦.୧% ପହଞ୍ଚିଲା ଜିଡିପି
Khabar Odisha:GDP-reached-201-in-the-April-June-quarter-with-rapid-economic-growth

ନୁଆଦିଲ୍ଲୀ, ସେପ୍ଟେମ୍ବର ୧ (ଖବର ଓଡ଼ିଶା): ଏପ୍ରିଲ-ଜୁନ୍ ତ୍ରୟ ମାସରେ ଅର୍ଥନୈତିକ ଅଭିବୃଦ୍ଧି ଏକ ରେକର୍ଡ ଉଚ୍ଚକୁ ବୃଦ୍ଧି ପାଇଛି କରୋନା ମହାମାରୀ ପରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ଟ୍ରାକ୍‌କୁ ଫେରୁଛି । ଏପ୍ରିଲ-ମେ ମାସରେ କରୋନାର ଦ୍ୱିତୀୟ ଲହରୀ ସତ୍ତ୍ୱେ ଜିଡିପିରେ ୨୦.୧% ବୃଦ୍ଧି ଅର୍ଥନୈତିକ ପୁନରୁଦ୍ଧାରକୁ ଦର୍ଶାଉଛି । ଉତ୍ପାଦନ ଏବଂ ନିର୍ମାଣରେ ପୁନର୍ବାର ବୃଦ୍ଧି ଘଟିଛି ଏବଂ କୃଷି କ୍ଷେତ୍ରରେ ଦୃଢ ଅଭିବୃଦ୍ଧି ଘଟିଛି ଯାହା ସମଗ୍ର ମହାମାରୀରେ ସ୍ଥିର ରହିଆସିଛି। 

ଜାତୀୟ ପରିସଂଖ୍ୟାନ କାର‌୍ୟ୍ୟାଳୟ (ଏନଏସଓ) ପକ୍ଷରୁ ଗତକାଲି ପ୍ରକାଶ କରାଯାଇତିବା ତଥ୍ୟରେ ଦର୍ଶାଯାଇଛି ଯେ ଜିଡିପି ଅଭିବୃଦ୍ଧି ତିନି ମାସ ମଧ୍ୟରେ ଜୁନ୍ ପର୍ଯ୍ୟନ୍ତ ୨୦.୧% ବୃଦ୍ଧି ପାଇଛି, ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକରେ ଏହା ପୂର୍ବ ବର୍ଷ ତୁଳନାରେ ୨୪.୪% ହ୍ରାସ ପାଇଛି। ଜାନୁଆରୀ-ମାର୍ଚ୍ଚ ୨୦୨୧ ରେ ଏହା ୧.୬% ଅଭିବୃଦ୍ଧି ଠାରୁ ମଧ୍ୟ ଅଧିକ ଅଟେ।

ତେବେ ଜୁନ୍ ତ୍ରୟ ମାସିକରେ ଜିଡିପିରେ ୨୧.୪% ବୃଦ୍ଧି ପାଇବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିତିଲା । ଗତ ବର୍ଷ ଠାରୁ ସୁବ୍ରମଣ୍ୟନ୍ କ୍ରମାଗତ ଭାବରେ କହି ଆସୁଥିଲରେ ଯେ ତାଲାବନ୍ଦ ପଡିଥିଲେ ମଧ୍ୟ ଅର୍ଥନୀତି ଏକ ଭି ଆକୃତିର ପୁନରୁଦ୍ଧାର କରିବ ଯାହା ସଂମ୍ପ୍ରତି ଏନଏସଓ ରିପୋର୍ଟରେ ଦେଖିବାକୁ ମିଳିଛି 

  • Tags:

Subscribe

National International State Sports Entertainment