ଖବର ଓଡିଶା : 11/04/2023
ଭାରତୀୟ ସେଲିବ୍ରିଟିଙ୍କ ବିଜନେସ ହବ ପାଲଟିଛି ଟୁରିଷ୍ଟ ପ୍ଲେସ ଦୁବାଇ । ମିଳିଥିବା ସୂଚନା ଅନୁସାରେ ଗତ ୩ ବର୍ଷରେ ଅଭିନେତା ଶାହରୁଖ ଖାନ, ବିବେକ ଓବରଏ ଏବଂ ଟେନିସ ତାରକା ସାନିଆ ମିର୍ଜା ନିଜ ବ୍ୟବସାୟିକ କାରବାରର ନୂଆ ଠିକଣା ଭାବେ ଦୁବାଇକୁ ବାଛିଛନ୍ତି । ରିଅଲ ଇଷ୍ଟେଟଠାରୁ ଆରମ୍ଭ କରି ଜୁଏଲାରୀ, ହୋଟେଲ, ସ୍ପେର୍ଟ୍ସ ଏକାଡେମୀ ଓ ଆକ୍ଟିଂ ସ୍କୁଲ ଖୋଲିଛନ୍ତି ଭାରତୀୟ ସେଲିବ୍ରିଟି । ବଡକଥା ହେଉଛି ୨୦୨୩ ବର୍ଷ ଶେଷ ସୁଦ୍ଧା ଏହି ନିବେଶ ପରିମାଣ ୭ ଲକ୍ଷ କୋଟି ଛୁଇଁବ ବୋଲି ଅନୁମାନ କରାଯାଉଛି । ବିଶେଷ କରି ଦୁବାଇରେ ଉପଲବ୍ଧ ହେଉଥିବା ଟିକସ ରିହାତି ଓ ବ୍ୟବସାୟ ପାଇଁ ଦିଆଯାଉଥିବା ଅନ୍ୟାନ୍ୟ ସୁବିଧା ଏଥିପାଇଁ ଭାରତୀୟ ସେଲିବ୍ରିଟିଙ୍କୁ ଅଧିକ ଆକର୍ଷିତ କରୁଛି । ଦୁବାଇରେ ମଧ୍ୟ ପ୍ରାୟ ୩୮ ଲକ୍ଷ ଭାରତୀୟ ରହୁଛନ୍ତି । ଏମାନଙ୍କୁ ଦୃଷ୍ଟିରେ ରଖି ଭାରତୀୟ ସେଲିବ୍ରିଟିମାନେ ଅଧିକରୁ ଅଧିକ ନିବଶେ କରିବାକୁ ଆଗ୍ରହ ଦେଖାଉଛନ୍ତି । ଦୁବାଇରେ ଶାହରୁଖ ଖାଁ ଓ ଗୌରୀ ଖାନଙ୍କର 6 ହଜାର 600 କୋଟିର ଏକ ରିଅଲ -ଇଷ୍ଟେଟ ପ୍ରକଳ୍ପ କାମ ଚାଲିଥିବାବେଳେ ସେହିଭଳି ବିବେକ ଓବରୟ ଡୁବାଇର ଏକ କମ୍ପାନୀ ସହ ସହଭାଗିତାରେ 8ଟି ରିଅଲ ଇଷ୍ଟେଟ ପ୍ରକଳ୍ପ ଉପରେ କାମ କରୁଛନ୍ତି | ଠିକ ବଲିଉଡର ଅନ୍ୟଏକ ଅଭିନେତ୍ରୀ ପ୍ରୀତି ଝଙ୍ଗୀୟାନୀ ସେଠାରେ ଏକ ଆର୍ମ ରେସଲିଙ୍ଗ ପ୍ରା ପଞ୍ଝା ଲିଗ ଆରମ୍ଭ କରିବାକୁ ଯାଉଛନ୍ତି |ଅଭିନେତା ସଞ୍ଜୟ ଦତ୍ତଙ୍କ ପତ୍ନୀ ମଧ୍ୟ ତାଙ୍କ ବ୍ୟବସାୟକୁ ଦୁବାଇ ସ୍ଥାନାନ୍ତର କରିଛନ୍ତି |ଏଥିସହ ଆହୁରି ମଧ୍ୟ ଅନେକ ବଲିଉଡ କଳାକାରମାନେ ଦୁବାଇରେ ତାଙ୍କ ବ୍ୟବସାୟ ଚଳାଇଛନ୍ତି |