ନୂଆଦିଲ୍ଲୀ: ଭାରତରେ ବହୁତ କମ ଶୁଣିବାକୁ ମିଳେ ଯେ କୌଣସି କମ୍ପାନୀ ନିଜ କର୍ମଚାରୀଙ୍କୁ କାର୍ କିମ୍ବା ବାଇକ୍ ଉପହାର ଦେଇଥାଏ। କିନ୍ତୁ ଚେନ୍ନାଇସ୍ଥିତ ଏକ ଇସ୍ପାତ ଡିଜାଇନ୍ କମ୍ପାନି ‘ଟିମ୍ ଡିଟେଲିଂ ସଲ୍ୟୁସନ୍ସ ’ ନିଜର କର୍ମଚାରୀଙ୍କୁ ୨୮ଟି କାର୍ ଓ ୨୯ଟି ବାଇକ୍ ଉପହାର ଦେଇଛି। ଯାହାକୁ ନେଇ ଚର୍ଚ୍ଚା ହେଉଛି।
କମ୍ପାନୀ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିବା ଏବଂ ସେମାନଙ୍କଉତ୍ପାଦକତା ବୃଦ୍ଧି କରିବା। କମ୍ପାନୀ କର୍ମଚାରୀମାନଙ୍କୁ ହୁଣ୍ଡାଇ, ଟାଟା, ମାରୁତି ସୁଜୁକି ଏବଂ ମର୍ସିଡିଜ୍ ବେଞ୍ଜ ଭଳି ବ୍ରାଣ୍ଡେଡ୍ କାର୍ ଏବଂ ବାଇକ୍ ଉପହାର ଦେଇଛି।
ଏହା ସହ ବିବାହ ପାଇଁ ଦିଆଯାଉଥିବା ସହାୟତାକୁ ମଧ୍ୟ ବଢାଇଛି କମ୍ପାନୀ। ପାର୍ବଣ ଋତୁରେ କଂପାନିର ଏହି ନିଷ୍ପତ୍ତି କର୍ମଚାରୀଙ୍କ ମୁହଁରେ ହସ ଫୁଟାଇଦେଇଛି।
ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର କନ୍ନନ କହିଛନ୍ତି, କମ୍ପାନୀର ସଫଳତାରେ କର୍ମଚାରୀଙ୍କ ଅକ୍ଳାନ୍ତ ପ୍ରୟାସ ପାଇଁ ଆମେ ପ୍ରଶଂସା କରିବାକୁ ଚାହୁଁଥିଲୁ। ଆମେ ବିଶ୍ୱାସ କରୁ ଯେ ଆମର କର୍ମଚାରୀମାନେ ଆମର ସବୁଠାରୁ ବଡ ସମ୍ପତ୍ତି ଅଟନ୍ତି।
କନ୍ନନ କହିଛନ୍ତି ଯେ କମ୍ପାନୀରେ ପ୍ରାୟ ୧୮୦ ଜଣ କର୍ମଚାରୀ ଅଛନ୍ତି ଯେଉଁମାନେ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି। ଏହି ସମସ୍ତ କର୍ମଚାରୀ ଅତ୍ୟନ୍ତ ଦକ୍ଷ। "ଆମେ ଏପରି ପ୍ରାର୍ଥୀଚୟନ କରିଥାଉ ଯେଉଁମାନେ ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ କାର୍ କିମ୍ବା ବାଇକ୍ କିଣିବା ସେମାନଙ୍କ ପାଇଁ ଏକ ସ୍ୱପ୍ନ ପରି ଅଟେ।
ଗତବର୍ଷ ମଧ୍ୟ ସେ କିଛି କର୍ମଚାରୀଙ୍କୁ ବାଇକ୍ ଦେଇଥିଲେ ବୋଲି ସେ କହିଛନ୍ତି। ୨୦୨୨ରେ ଆମେ ଆମର ଦୁଇ ଜଣ ବରିଷ୍ଠ ସହକର୍ମୀଙ୍କୁ କାର୍ ଦେଇଥିଲୁ। ଏବେ ୨୮ଟି କାର୍ ଉପହାର ଦିଆଯାଇଛି। ସେଥିମଧ୍ୟରୁ ମାରୁତି ସୁଜୁକି, ହୁଣ୍ଡାଇ ଏବଂ ମର୍ସିଡିଜ୍ ବେଞ୍ଜ୍ ରହିଛି।
"ଆମେ ସେହି ପ୍ରାର୍ଥୀମାନଙ୍କୁ ଚୟନ କରିଥାଉ ଯେଉଁମାନେ ଅତ୍ୟନ୍ତ ପ୍ରେରଣାଦାୟକ ଅଟନ୍ତି ଏବଂ ସେମାନଙ୍କ ପାଇଁ କାର୍ କିମ୍ବା ବାଇକ୍ କିଣିବା ଏକ ସ୍ୱପ୍ନ ପରି ଅଟେ। ଆମେ କର୍ମଚାରୀମାନଙ୍କୁ ବାଇକ୍ ଉପହାର ଦେଉଛୁ ଏବଂ ୨୦୨୨ରେ ଆମେ ଆମର ଦୁଇ ଜଣ ବରିଷ୍ଠ ସହକର୍ମୀଙ୍କୁ କାର୍ ଉପହାର ଦେଇଥିଲୁ। ଆମେ ଆଜି ୨୮ଟି କାର୍ ଉପହାର ଦେଇଛି। ଏଥିରେ ମାରୁତି, ହୁଣ୍ଡାଇ ଓ ମର୍ସିଡିଜ୍ ସାମିଲ ରହିଛି।
ଅଧିକ ପଢ଼ନ୍ତୁ: ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ହେଲେ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟା