ଲକଡାଉନରେ ବଡ଼ ଚୁକ୍ତି: ଜିଓରେ ୪୩ ହଜାର କୋଟି ଟଙ୍କା ବିନିଯୋଗ କରିବ ଫେସବୁକ
Khabar Odisha:Business-Facebook-and-Jio-announce-a-deal-of-43574-crore-Income-and-employment-may-increase

ନୂଆଦିଲ୍ଲୀ, ଏପ୍ରିଲ ୨୨ (ଖବର ଓଡ଼ିଶା): ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଜିଓ ପ୍ଲାଟଫର୍ମ ଓ ବିଶ୍ୱର ସବୁଠାରୁ ବଡ଼ ସୋସିଆଲ ମିଡିଆ ନେଟୱାକିଂ ସାଇଟ ଫେସବୁକ ମଧ୍ୟରେ ଏବ ବଡ଼ଧରଣର ଚୁକ୍ତି ହସ୍ତାକ୍ଷର ହୋଇଛି । ଫେସବୁକ କହିଛି ଜିଓ ପ୍ଲାଟଫର୍ମରେ ୯.୯୯ ପ୍ରତିଶତ ଷ୍ଟେକ ପାଇଁ ୪୩ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ । ଏହି ବଡ଼ ଚୁକ୍ତି ପରେ ଫେସବୁକ ଏବେ ଜିଓର ସବୁଠାରୁ ବଡ଼ ସେୟାରହୋଲ୍ଡର ହୋଇଯାଇଛି । ଫେସବୁକର ଏହି ନିବେଶ ପରେ ଜିଓ ପ୍ଲାଟଫର୍ମର ଏଣ୍ଟରପ୍ରାଇଜ ଭ୍ୟାଲୁ ୪.୬୨ ଲକ୍ଷ କୋଟି ହୋଇଯାଇଛି ।

ମାଇନରିଟି ଇନଭେଷ୍ଟମେଣ୍ଟ ଦୃଷ୍ଟିରୁ ଏହା ସବୁଠାରୁ ବଡ଼ ଏଫଡିଆଇ । ଉଭୟ କମ୍ପାନୀର ଉଦ୍ୟମ ଯୋଗୁଁ ରୋଜଗାର ଓ ନିଯୁକ୍ତ ବଢ଼ିବ ବୋଲି ଆଶା କରାଯାଉଛି । ବୁଝାମଣା ନେଇ ରିଲାୟନ୍ସର କହିବା ଅନୁସାରେ କମ୍ପାନୀର ଏକ ଛୋଟ ଅଂଶ ଉପରେ କୌଣସି ଟେକ କମ୍ପାନୀର ଏହା ସବୁଠାରୁ ବଡ଼ ପୁଞ୍ଜି ନିବେଶ । ଭାରତରେ ଟେକନୋଲୋଜୀ ସେକ୍ଟରରେ ଏହା ଏଫଡିଆର ଭଳି ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ପୁଞ୍ଜି ନିବେଶ । 

ଫେସବୁକ କହିଛି, ଏହି ପୁଞ୍ଜି ନିବେଶ ଭାରତ ପ୍ରତି ବିଶ୍ୱାସକୁ ପ୍ରମାଣିତ କରୁଛି । ଫେସବୁକ କହିଛି, ଜିଓ ଭାରତରେ ବଡ଼ ପରିବର୍ତ୍ତନ ଆଣିଛି । ଏଥିରେ ଆମେ ଉତ୍ସାହିତ ଅଛୁ । ମାତ୍ର ୪ ବର୍ଷରୁ କମ ସମୟ ମଧ୍ୟରେ ଜିଓ ୩୯ କୋଟିରୁ ଅଧିକ ଗ୍ରାହକଙ୍କୁ ଅନଲାଇନ ପ୍ଲାଟଫର୍ମ ନେଇ ଆସିଛି । ଏଥି ପାଇଁ ଆମେ ଜିଓ ଜରିଆରେ ଭାରତରେ ପୂର୍ବାପେକ୍ଷା ଅଧିକ ଲୋକଙ୍କ ସହ ଯୋଡ଼ିବା ଲକ୍ଷ୍ୟ ରଖିଛୁ ।  

 

  • Tags:

Subscribe

National International State Sports Entertainment