ଚଳିତ ବର୍ଷ ଶସ୍ତାରେ ସୁନା କିଣିବାକୁ ଶେଷ ସୁଯୋଗ, ଆଜି ଆସିବ ଯୋଜନା
Khabar Odisha:Business-Sovereign-gold-bond-scheme-to-open-today-last-chance-to-buy-cheap-gold-this-year

ନୂଆଦିଲ୍ଲୀ, ଡିସେମ୍ବର ୨୮ (ଖବର ଓଡ଼ିଶା): ନୂଆବର୍ଷରେ ସୁନା ଦର ଆକାଶଛୁଆଁ ହୋଇପାରେ । ସୁନା ଅଳଙ୍କାର ଉପରେ ଅଧିକ ଜ୍ଞାନ ରଖିଥିବା ବିଶେଷଜ୍ଞମାନଙ୍କ କହିବା ଅନୁସାରେ ୨୦୨୧ରେ ସୁନା ଦର ୧୦ ଗ୍ରାମ ପିଛିା ୬୩ ହଜାର ପର୍ଯ୍ୟନ୍ତ ଛୁଇଁପାରେ । ଏଥି ପାଇଁ ଏବେ ସୁନା କିଣିବାର ଅପୂର୍ବ ସୁଯୋଗ ଆସିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ସୁନା କିଣିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି, ଯାହାକି ଆଜିଠାରୁ ଆରମ୍ଭ ହେଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର କହିଛି ଯେ, ଆସନ୍ତା ସିରିଜର ସରକାରୀ ସ୍ୱର୍ଣ୍ଣ ବ୍ରାଣ୍ଡ ଲାଗି ନିର୍ଗମ ମୂଲ୍ୟ ୫୦୦୦ ଟଙ୍କା ପ୍ରତି ଗ୍ରାମ ନିର୍ଦ୍ଧାରଣ କରାଯାଇଛି । ସରକାରୀ ସ୍ୱର୍ଣ୍ଣ ବ୍ରାଣ୍ଡ ଯୋଜନା ୨୦୨୦-୨୧ ସିରିଜ (ସୋଭରେନ ଗୋଲ୍ଡ ବ୍ରାଣ୍ଡ ଯୋଜନା) ଡିସେମ୍ବର ୨୮ରେ ଖୋଲିବ ଏବଂ ୨୦୨୧ ଜାନୁଆରୀ ୧ରେ ବନ୍ଦ ହେବ । ଆରବିଆଇ ଏକ ବୟାନରେ କହିଛି ଯେ, ସ୍ୱର୍ଣ୍ଣ ବ୍ରାଣ୍ଡର ମୂଲ୍ୟ ୧ ଗ୍ରାମ ପିଛା ୫୦୦୦ ଟଙ୍କା ପଡ଼ିବ । 

ସିରିଜ ୮ର ସ୍ୱର୍ଣ୍ଣ ବ୍ରାଣ୍ଡର ନିର୍ଗମ ମୂଲ୍ୟ ଗ୍ରାମ ପିଛା ୫ ହଜାର ୧୭୭ ଟଙ୍କା ରହିବ । ଏହି ଆବେଦନ ଲାଗି ଗତ ନଭେମ୍ବର ୯ରେ ଖୋଲିଥିଲା ଏବଂ ନଭେମ୍ବର ୧୩ ତାରିଖରେ ବନ୍ଦ ହୋଇଥିଲା । କେନ୍ଦ୍ରୀୟ ବ୍ୟାଙ୍କ ସରକାରୀ ସ୍ୱର୍ଣ୍ଣ ବ୍ରାଣ୍ଡ ୨୦୨୦-୨୧ ଭାରତ ସରକାରଙ୍କ ତରଫରୁ ଜାରି କରିଛି ।

 

  • Tags:

Subscribe

National International State Sports Entertainment