ନୂଆଦିଲ୍ଲୀ, ଜାନୁଆରୀ ୨୪ (ଖବର ଓଡ଼ିଶା): ଇଲେକ୍ଟ୍ରିକ୍ ଦୁଇ ଚକିଆ ବାହାନର ବଜାର ଚାହିଦା ଭାରତରେ ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ନୂଆ ନୂଆ ଷ୍ଟାର୍ଟଅପ୍ ନିଜର ଇଲେକ୍ଟ୍ରିକ୍ ବାହନ ବଜାରକୁ ଆଣୁଛନ୍ତି। ଓବେନ୍ ମଧ୍ୟ ଆଗାମୀ କିଛି ସପ୍ତାହ ମଧ୍ୟରେ ଇଲେକ୍ଟ୍ରିକ୍ ମୋଟରସାଇକେଲ ବଜାରକୁ ଓହ୍ଲାଇବ। ଏହି ମୋଟରସାଇକେଲ ଦେଖିବାକୁ ଆକର୍ଷଣୀୟ। ଏହି ଇ-ବାଇକ୍କୁ ନାଲି ଓ କଳା ରଂଗ କରାଯାଇଛି। କିନ୍ତୁ କଂପାନୀ ଲଞ୍ଚ ସମୟରେ କଂପାନୀ ବିଭିନ୍ନ ରଂଗର ଉତ୍ପାଦ ବଜାରକୁ ଛାଡ଼ିପାରେ।
ଓବେନ୍ ଇଲେକ୍ଟ୍ରିକ୍ ବାଇକ୍ ଆରାମ୍ଦାୟକ କରିବା ସହିତ ପ୍ରୀମିୟର ରାଇଡିଂ ଷ୍ଟାନ୍ସ ସହିତ ଲଞ୍ଚ କରିପାରେ। ଦେଖିବାକୁ ଏହା ଛୋଟ ଆକାର ଏବଂ ନିୟନ୍ତ୍ରଣ ପାଇଁ ଏହାର ସିଟକୁ ବ୍ୟବସ୍ଥିତ କରାଯାଇଛି। କୁହାଯାଉଛି ଏହି ବାଇକ୍ ଥରଟିରେ ଚାର୍ଜ କଲେ ୨୦୦ କିମି ପର୍ଯ୍ୟନ୍ତ ଯିବ। ବ୍ୟାଟେରୀ ପୂରା ଚାର୍ଜ ହେବା ପାଇଁ ୨ ଘଣ୍ଟା ଲାଗିବ। ସର୍ବାଧିକ ଘଣ୍ଟା ପିଛା ୧୦୦ କିମି ଯାଇପାରିବ। ତେବେ ଏହି ବାଇକ୍ର ଦର କେତେ ଟଙ୍କା ରହିବ, ସେନେଇ କଂପାନୀ ପକ୍ଷରୁ କିଛି କୁହାଯାଇ ନାହିଁ।