୨୦ରେ ଜିଏସ୍‌ଟି କାଉନ୍‌ସିଲ ବୈଠକ, ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
Khabar Odisha:Business-GST-meeting-on-June-20-e-invoicing-can-be-set-to-limit-of-50-crore

ନୂଆଦିଲ୍ଲୀ, ଜୁନ ୧୦ (ଖବର ଓଡ଼ିଶା): ଅର୍ଥ ମନ୍ତ୍ରାଳୟ କଂପାନୀରୁ କଂପାନୀ ମଧ୍ୟରେ ହେଉଥିବା ବ୍ୟବସାୟ ପାଇଁ ଏକ କେନ୍ଦ୍ରୀକୃତ ସରକାରୀ ପୋର୍ଟାଲରେ ଇ-ଇନଭଏସ ସୃଜିତ କରିବା ପ୍ରସ୍ତାବିତ ବ୍ୟବସ୍ଥା ୫୦ କୋଟି ଟଙ୍କା ଅଥବା ଏଥିରୁ ଅଧିକ ବ୍ୟବସାୟ କରୁଥିବା କଂପାନୀ ପାଇଁ ଜରୁରୀ କରିବା ନେଇ ପ୍ରସ୍ତାବ କରିପାରେ। ଜିଏସଟିର ଚୋରୀ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ପଦକ୍ଷେପ ଉଠାଇବାର ଯୋଜନା ଅଛି। ଜଣେ ଅଧିକାରୀ ଏହା କହିଛନ୍ତି। 

ଏହି ପ୍ରସ୍ତାବ ଉପରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ଜୁନ ୨୦ରେ ହେବାକୁ ଥିବା ଆସନ୍ତା ବୈଠକରେ ରାଜ୍ୟ ସହିତ ପରାମର୍ଶ କରିବାକୁ ନିଷ୍ପତ୍ତି ନିଆଯିବ। କଂପାନୀ ପକ୍ଷରୁ ପ୍ରସ୍ତୁତ ବିବରଣର ବିଶ୍ଲେଷଣରୁ ଜଣାପଡ଼ିଛି ଯେ, ଆର୍ଥିକ ବର୍ଷ ୨୦୧୭-୧୮ରେ ୬୮.୦୪୧ କଂପାନୀ ୫୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଥିଲେ। ଏହି କଂପାନୀ ଜିଏସଟିରେ ଯୋଗଦାନ ୬୬.୬ ପ୍ରତିଶତ ଥିଲା। ଜିଏସଟି ଭୁଗତାନ କରିଥିବା ମୋଟ ଶାଖାରେ ଏଭଳି କଂପାନୀର ଅଂଶ କେବଳ ୧.୦୨ ପ୍ରତିଶତ। ମାତ୍ର ବିଜନେସ ଟୁ ବିଜନେସ ଇନଭଏସ ବାହାର କରିବା ମାମଲାରେ ଏହାର ଅଂଶ ପାଖାପାଖି ୩୦ ପ୍ରତିଶତ। 

  • Tags:

Subscribe

National International State Sports Entertainment