ଦୀପାବଳି ବିମାନ ଯାତ୍ରା ଅଫର୍‌: ପାର୍ବଣରେ ସ୍ବତନ୍ତ୍ର ରିହାତି ଦରରେ ବୁକ୍‌ କରନ୍ତୁ ଟିକେଟ
Khabar Odisha:Business-Diwali-flight-offers-2021-on-cleartrip-easemytrip-goibibo-travolook

ନୂଆଦିଲ୍ଲୀ, ଅକ୍ଟୋବର ୨୪ (ଖବର ଓଡ଼ିଶା): ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଟ୍ରେନ ଅଥବା ବିମାନ ଟିକେଟ ବୁକ କରିବାରେ ଅସୁବିଧା ହେଉଛି। ଟ୍ରେନରେ ଲମ୍ବା ଯାତ୍ରା କରିବା ଅନେକ ସମୟରେ ଅଡୁଆ ଲାଗିଥାଏ। ଯଦି ଭିଡରୁ ମୁକ୍ତି ଚାହୁଁଛନ୍ତି ଓ ଶୀଘ୍ର ପହଂଚିବାକୁ ଚାହୁଁଛନ୍ତି, ତାହେଲେ ବିମାନ ହେଉଛି ସବୁଠାରୁ ସୁବିଧା। କିନ୍ତୁ ପାର୍ବଣ ଋତୁ ଚାଲିଥିବାରୁ ବିମାନ ଟିକେଟ ଦର ବଢ଼ିଯାଇଛି। 

ହେଲେ ଆପଣଙ୍କୁ ଚିନ୍ତା କରିବାର ନାହିଁ। କାରଣ ଦୀପାବଳି ଅଫର ଆସିଛି। ଏହି ଅଫର ଜରିଆରେ ସ୍ବତନ୍ତ୍ର ରିହାତି ଦରରେ ଟିକେଟ ମିଳିପାରୁଛି। ନିଜ ସହର ପାଇଁ ତୁରନ୍ତ ଟିକେଟ ବୁକ କଲେ ସୁବିଧା ପାଇପାରିବେ। ଟିକେଟ ବୁକ କରିବା ପାଇଁ ମାର୍କେଟରେ ଏକାଧିକ ପ୍ଲାଟଫର୍ମ ରହିଛି। 

ଦୀପାବଳିରେ ଡୋମୋଷ୍ଟିକ ବିମାନରେ ବମ୍ପର ରିହାତି ମିଳୁଛି। ଯଦି ଆପଣ ଟ୍ରାଭେଲ ପୋର୍ଟାଲ ଇଜିମାଇଟ୍ରିପ ମାଧ୍ୟମରେ ବିମାନ ଟିକେଟ ବୁକ କରିବେ, ତାହେଲେ ୨୫୦୦ ଟଙ୍କା ପଯ୍ୟନ୍ତ କମ ଦରରେ ଟିକେଟ ମିଳିପାରେ। ଏଥିରେ ବୁକିଂର ପେମେଣ୍ଟ ସମୟରେ FLYFAMILY ବ୍ୟବହାର କରିବାକୁ ହେବ। 

ସେହିପରି https://www.travolook.in/ ରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଘରୋଇ ବିମାନ ଟିକେଟ ବୁକିଂରେ ରିହାତି ରହୁଛି। ଆପଣଙ୍କୁ TRAVO1000 ପ୍ରୋମୋକୋଡ ଦେବାକୁ ପଡ଼ିବ। ବୁକିଂ ପାଇଁ ଆହୁରି‌ କୋଡ TDHANI ଓ TMOBIKWIK ବ୍ୟବହାର କରାଯାଇ ପାରିବ। 

 

  • Tags:

Subscribe

National International State Sports Entertainment