ଏସବିଆଇ ସଂଚୟ ଖାତାରେ ସୁଧ ଦର ହ୍ରାସ କଲା, ହୋମଲୋନ ଇଏମଆଇ ପାଇଁ ଆଶ୍ୱସ୍ତି
Khabar Odisha:Business-State-Bank-of-India-cuts-savings-rate-by-25-bps-to-275-give-relief-n-home-loan

ନୂଆଦିଲ୍ଲୀ, ଏପ୍ରିଲ ୦୮ (ଖବର ଓଡ଼ିଶା): କରୋନା ଭାଇରସ ଯୋଗୁଁ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଭାରତୀୟ ଷ୍ଟେଟ ବ୍ୟାଙ୍କ’ ମଙ୍ଗଳବାର ଗ୍ରାହକଙ୍କୁ ଶକ୍ତ ଝଟକା ଦେଇଛି । ବ୍ୟାଙ୍କ ସମସ୍ତ ସଂଚୟ ଖାତା ଉପରେ ସୁଧ ଦର ୩ ପ୍ରତିଶତରୁ ହ୍ରାସ କରି ୨.୭୫ ପ୍ରତିଶତ ବାର୍ଷିକ କରିବାକୁ ଘୋଷଣା କରିଛି । ନୂଆ ଦର ଚଳିତ ଏପ୍ରିଲ୧୫ ତାରିଖଠାରୁ ଲାଗୁ ହେବ । କିନ୍ତୁ ବ୍ୟାଙ୍କ ଏମସିଏଲଆରରେ ୦.୩୫ ପ୍ରତିଶତ କାଟିବାକୁ ଘୋଷଣା କରିଛି । ଏହା ଦ୍ୱାରା ହୋମ ଲୋମର ଇଏମଆଇରେ ସାମାନ୍ୟ ଆଶ୍ୱସ୍ତି ମିଳିବ । 

ବ୍ୟାଙ୍କ ଏକ ବୟାନରେ କହିଛି ଯେ, ବ୍ୟ।।ଙ୍କ ନିକଟରେ ପର୍ଯ୍ୟାପ୍ତ ନଗଦ ହେବା କାରଣରୁ ସଂଚୟ ସୁଧ ଦରରେ ୦.୨୫ ପ୍ରତିଶତ କାଟିବାକୁ ନିଷ୍ପତ୍ତି ନେଇଛି । ଏଥି ସହିତ ବ୍ୟାଙ୍କ ଏପ୍ରିଲ ୧୦ରୁ ସମସ୍ତ ଅବଧିର ଋଣ ଉପରେ କୋଷର ସୀମାନ୍ତ ନିବେଶ ଆଧାରିତ ଋଣ ସୁଧଦର (ଏମସିଏଲଏଆର)ରେ ୦.୩୫ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି । ବୟାନ ଅନୁସାରେ ଏମସିଏଲଆରରେ ହ୍ରାସ ପରେ ଏକ ବର୍ଷ କାଳର ଋଣ ଉପରେ ସୁଧ ଦର ୭.୭୫ ପ୍ରତିଶତରୁ ହ୍ରାସ କରି ୭.୪୦ ପ୍ରତିଶତ ବାର୍ଷିକ ହୋଇଯିବ । 

ବ୍ୟାଙ୍କ ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ, ଏମସିଏଲଆରର ନୂତନ ଦର ୭.୭୫ ପ୍ରତିଶତ ହ୍ରାସକରି ୭.୪୦ ପ୍ରତିଶତ ହୋଇଛି । ଏହା ହ୍ରାସ କରି ଏପ୍ରିଲ ୨୦ରୁ ଲାଗୁ ହେବ । ଆର୍ଥିକ ବର୍ଷ ୨୦୧୯-୨୦ରେ ଏମସିଏଲଆରରେ ଏହା କ୍ରମାଗତ ୧୧ଥର ପରିବର୍ତ୍ତନ ହୋଇଛି ।  

 

  • Tags:

Subscribe

National International State Sports Entertainment