ବାବା ରାମଦେବଙ୍କ ବଡ଼ ଘୋଷଣା: ଲଞ୍ଚ କରିବେ ୫ଟି କଂପାନିର ଆଇପିଓ
Khabar Odisha:Business-Baba-Ramdev-says-patanjali-launch-5-IPO-soon-multibagger-foods-share

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): ଯୋଗଗୁରୁ ବାବା ରାମଦେବଙ୍କ ୫ଟି କଂପାନିର ଆଇପିଓ ଲଞ୍ଚ ହେବାକୁ ଯାଉଛି । ବାବା ରାମଦେବଙ୍କ ନେତୃତ୍ୱରେ ପରିଚାଳିତ ପତଞ୍ଜଳି ଫୁଡ୍‌ସର ସେୟାର ନିଜର ନିବେଶକଙ୍କୁ ଜୋରଦାର ରୋଜଗାର ଦେଉଛି । ଏବେ ବାବା ରାମଦେବ କହିଛନ୍ତି ଯେ, ପତଂଜଳି ବ୍ରାଣ୍ଡ ତରଫରୁ କଂପାନିଗୁଡ଼ିକର ଆଇପିଏଓ ଖୁବ ଶୀଘ୍ର ଶୁଭାରମ୍ଭ କରାଯିବ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯେଉଁ କଂପାନିର ଆଇପିଓ ଆସିବାର ଅଛି, ଏଥିରେ ପତଜଂଳି ଆୟୁର୍ବେଦ, ପତଂଜଳି ୱେଲନେଓ ଏବଂ ପତଂଜଳି ମେଡିସନି ବ୍ୟତୀତ ପତଜଂଳି ଲାଇଫଷ୍ଟାଇଲ ମଧ୍ୟ ସାମିଲ ରହିଛି । ଏହି କଂପାନିଗୁଡ଼ିଗ ଆଗାମୀ ୫ ସାଲ ମଧ୍ୟରେ ଶେୟାର ମାର୍କେଟରେ ତାଲିକାଭୁକ୍ତ ହେବେ । 

ବାବା ରାମଦେବଙ୍କ ନେତୃତ୍ୱରେ ପରିଚାଳିତ ପତଂଜଳି ଆୟୁର୍ବେଦ ୨୦୧୯ରେ ରୁଚି ସୋୟା ରେଜୋଲ୍ୟୁଶେନ ପ୍ରୋସେସ ଭଳି ୪୩୫୦ କୋଟି ଟଙ୍କା କିଣିଥିଲା । ଏହି କଂପାନି ପ୍ରଥମରୁ ହିଁ ସେୟାର ମାର୍କେଟରେ ତାଲିକାଭୁକ୍ତ ଥିଲା । ଚଳିତ ବର୍ଷ କଂପାନିର ନାମ ରୁଚି ସୋୟାରୁ ନାବ ପରିବର୍ତ୍ତନ ହୋଇ ପତଂଜଳି ଫୁଡ୍‌ସ କରାଯାଇଥିଲା । ପତଂଜଳି ଫୁଡ୍‌ସର ସେୟାର ଦର ପ୍ରତି ସପ୍ତାହ ଓ ମାସରେ ପରିବର୍ତ୍ତନ ହେଉଛି । 

 

  • Tags:

Subscribe

National International State Sports Entertainment