ଛୁଟି: ଆଜି କରିନିଅନ୍ତୁ ଜରୁରୀ କାମ, କାଲିଠୁ ୧୬ ଯାଏଁ ୪ଦିନ ଖୋଲିବନି ସରକାରୀ ବ୍ୟାଙ୍କ
Khabar Odisha:Bank-Complete-your-bank-related-work-today-after-Friday-2-day-holiday-and-strike

ନୂଆଦିଲ୍ଲୀ, ମାର୍ଚ୍ଚ ୧୨ (ଖବର ଓଡ଼ିଶା): ସାଧାରଣ ଲୋକମାନଙ୍କର ମଧ୍ୟ ବ୍ୟାଙ୍କ ସଂପର୍କିତ କାମ ରହୁଛି । ହାତରେ ମୋବାଇଲ ରହିବା ଦ୍ୱାରା ଆଜିକାଲି ବହୁତ କମ ସମୟ ପାଇଁ ବ୍ୟାଙ୍କକୁ ଯିବାକୁ ପଡୁଛି । କିନ୍ତୁ କିଛି କାମ ପାଇଁ ବ୍ୟାଙ୍କକୁ ନଗଲେ ହୋଇପାରୁ ନାହିଁ । ଯଦି ଆପଣଙ୍କର କୌଣସି କାମ କରିବାର ଅଛି, ତା’ହେଲେ ଏହାକୁ ଆଜି ପୂରା କଲେ ଭଲ । କାରଣ ଆସନ୍ତା କାଲିଠାରୁ ୪ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହୁଛି । ଯଦି ବ୍ୟାଙ୍କ ଜନିତ କିଛି କାମ ରହିଯାଇଛି, ତା’ହେଲେ ତାହା ଶୁକ୍ରବାର କଲେ ଅଚିନ୍ତାରେ ରହିପାରିବେ । 

ଶୁକ୍ରବାର ଅର୍ଥାତ ମାର୍ଚ୍ଚ ୧୨ ତାରିଖ ପରେ ସରକାରୀ ବ୍ୟାଙ୍କ ଗୁଡ଼ିକ ମାର୍ଚ୍ଚ ୧୭ ତାରିଖରେ ଖୋଲିବ । ଲଗାତାର ଭାବେ ବ୍ୟାଙ୍କ ୪ ଦିନ ବନ୍ଦ ରହିବା ପରେ ଆପଣଙ୍କର ଅନେକ କାମ ବନ୍ଦ ରହିଯିବ । ବ୍ୟାଙ୍କ କାମ ଆଜି ଶେଷ କରିଦେଲେ ଭଲ ହେବାର କାରଣ ହେଲା ଆସନ୍ତାକାଲି ମାର୍ଚ୍ଚ ମାସର ୨ୟ ଶନିବାର ଥିବାରୁ ବ୍ୟାଙ୍କ ଖୋଲିବ ନାହିଁ । ମାର୍ଚ୍ଚ ୧୪ରେ ରବିବାର ଥିବା ବେଳେ ମାର୍ଚ୍ଚ ୧୫ ଓ ୧୬ ତାରିଖରେ ବ୍ୟାଙ୍କ କର୍ମଚାରୀଙ୍କ ପ୍ରସ୍ତାବିତ ଆନ୍ଦୋଳନ ଅଛି । 

ମାର୍ଚ୍ଚ ୧୩ ଓ ୧୪ରେ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । କିନ୍ତୁ ୧୫ ଓ ୧୬ ତାରିଖରେ କେବଳ ସରକାରୀ ଓ ଗ୍ରାମ୍ୟ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ । ମୋଟ ୯ଟି ବ୍ୟାଙ୍କ ସଂଗଠନର କେନ୍ଦ୍ରୀୟ ସଂଗଠନ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ ୟୁଏଫବିୟୁ) ଆନ୍ଦୋଳନ କରିବାକୁ ଯାଉଛି । ଘରୋଇକରଣ ବରୋଧରେ ସରକାରୀ ବ୍ୟାଙ୍କ କର୍ମଚାରୀ ୨ ଦିନ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି । ବ୍ୟାଙ୍କ କର୍ମଚାରୀମାନେ ସରକାରଙ୍କୁ ଅପିଲ କରିଛନ୍ତି ଯେ, କୌଣସି ସରକାରୀ ବ୍ୟାଙ୍କକୁ ଘରୋଇ ସଂସ୍ଥା ହାତରେ ଟେକି ଦିଆନଯାଉ । ଏହା ଦ୍ୱାରା ଏହାର କର୍ମଚାରୀମାନେ ସଂକଟରେ ପଡ଼ିଯିବେ । 

 

  • Tags:

Subscribe

National International State Sports Entertainment