ନୂଆଦିଲ୍ଲୀ: ଏୟାରଟେଲ୍ ପୁଣି ଥରେ ନିଜର କୋଟି କୋଟି ୟୁଜର୍ସଙ୍କୁ ବଡ ଝଟକା ଦେଇଛି । ଦେଶର ଦ୍ୱିତୀୟ ସବୁଠୁ ବଡ ଟେଲିକମ କମ୍ପାନି ନିଜର ୧ ଜିବି ଡାଟା ବିଶିଷ୍ଟ ପ୍ଲାନ ବନ୍ଦ କରି ଦେଇଛି । ଏହି ପ୍ରିପେଡ ପ୍ଲାନରେ ୟୁଜର୍ସଙ୍କୁ ୨୪ ଦିନର ଭାଲିଡିଟି ସହ ପୂରା ଭାରତରେ ଅନଲିମିଟେଡ କଲ୍, ଦିନକୁ ୧ ଜିବି ଡାଟା, ୧୦୦ ଫ୍ରି ଏସଏମଏସ ପରି ସୁବିଧା ମିଳୁଥିଲା । ଏୟାରଟେଲ୍ ୟୁଜର୍ସକୁ ଏବେ ୩୦ ଦିନ ଭାଲିଡିଟିର ସବୁଠୁ ଶସ୍ତା ପ୍ଲାନ ୩୧୯ ଟଙ୍କାରେ ମିଳିବ ।
ମନି କଂଟ୍ରୋଲର ରିପୋର୍ଟ ଅନୁଯାୟୀ, ଏୟାରଟେଲ୍ ନିଜର ୱେବସାଇଟରେ ପ୍ରଡକ୍ଟ କ୍ଲୋଜିଂ ଟ୍ୟାଗ ସହ ଏହି ପ୍ଲାନ ଅଗଷ୍ଟ ୨୦ରେ ବନ୍ଦ ହେଉଥିବା ସୂଚନା ଦେଇଥିଲା । ଏହା ପୂର୍ବରୁ କମ୍ପନାି ଏଭାରେଜଟ୍ ରେଭେନ୍ୟୁ ପ୍ରତି ୟୁଜର ବଢାଇବାର ସଙ୍କେତ ଦେଇଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି କମ୍ପାନି ଏବେ କମ ଡାଟା ବିଶିଷ୍ଟ ପ୍ଲାନକୁ ବନ୍ଦ କରି ଦେଇଛି ।
ଏବେ ଏୟାରଟେଲ ୟୁଜର୍ସଙ୍କୁ ଏକ ମାସର ବୈଧତା ସହ ୩୧୯ ଟଙ୍କା ରିଚାର୍ଜ କରିବାକୁ ପଡିବ । ଏହି ପ୍ଲାନରେ କମ୍ପାନି ୩୦ ଦିନର ଭାଲିଡିଟି ପ୍ରଦାନ କରୁଛି । ଏଥିରେ ୟୁଜର୍ସଙ୍କୁ ଦିନକୁ ଦେଢ ଜିବି ଡାଟା ସହ ୧୦୦ ଏସଏମଏସ ଫ୍ରିରେ ମିଳିବ । ଦିନକୁ ଦେଢ ଜିବି ଡାଟା ବିଶିଷ୍ଟ ୨୯୯ ଟଙ୍କିଆ ପ୍ଲାନ ୨୮ ଦିନର ବୈଧତା ସହ ସକ୍ରିୟ ରହିଛି ।