ନୂଆଦିଲ୍ଲୀ: ଭାରତୀୟ ଉତ୍ପାଦ ସାମଗ୍ରୀ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ୍ ଲଗାଇବା ପରେ ଏବେ ଚିନ୍ତାରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ । ବିଶେଷ କରି ଚିଙ୍ଗୁଡ଼ି, କପଡ଼ା, ହୀରା ଆଦି ବ୍ୟବସାୟ କରୁଥିବା କମ୍ପାନୀମାନେ ଏକ ବଡ଼ କ୍ଷତି ସହିବାର ଆଶଙ୍କା କରାଯାଉଛି । କାରଣ ଉତ୍ପାଦ କମ୍ପାନୀଗୁଡ଼ିକର ଆମେରିକାରେ ବଡ଼ ବଜାର ରହିଛି । ତେବେ ଭାରତୀୟ କମ୍ପାନୀ କ୍ଷତି ସହିବେ ନାହିଁ ତାହା ନୁହେଁ ଆମେରିକା ଏମିତି ବଡ଼ କମ୍ପାନୀ ରହିଛନ୍ତି ଯେଉଁମାନେ ଭାରତୀୟ ମାର୍କେଟକୁ କବଜା କରିରଖିଛନ୍ତି । ଯଦି ସେହି କମ୍ପାନୀ ଗୁଡ଼ିକୁ ଭାରତରେ ବିରୋଧରେ କରାଯାଏ ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁଣ୍ଡରେ ହାତ ଦେବେ ।
ଆମେରିକାର ପ୍ରାୟ ୩୦ରୁ ଉର୍ଦ୍ଧ୍ୱ କମ୍ପାନୀ ଭାରତରେ ବହୁତ ନାଁ କମାଇଛନ୍ତି । କେଏଫସି ଠାରୁ ଆରମ୍ଭ କରି ଷ୍ଟାରବକ୍ସ ଭଳି କଫି ବ୍ୟବସାୟ ଭାରତରେ ଡେରା ପକାଇ ରହିଛନ୍ତି । ଆମାଜନ, ଆପଲ୍, ଗୁଗୁଲ, ମାଇକ୍ରୋସପ୍ଟ, ଏକ୍ସ, ମେଟା, କୋକା କୋଲା (୧୯୬୦), ପେପ୍ସିକୋ (୧୯୬୦), ପି ଆଣ୍ଡ୍ ଜି, କୋଲଗେଟ୍, ଜନସନ୍ ଆଣ୍ଡ୍ ଜନସନ୍ (୧୮୮୬), ନେସ୍ଲେ (୧୯୫୯), କେଲଗ୍, ମ୍ୟାକ୍ ଡୋନାଲ୍ଡ (୧୯୯୬), କେଏଫସି, ଷ୍ଟାରବକ୍ସ(୨୦୧୨), ଟାଇମେକ୍ସ, ଫସିଲ ଏବଂ ନାଇକ୍ ଭଳି କମ୍ପାନୀଗୁଡ଼ିକ ଭାରତୀୟ ମାର୍କେଟରେ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି ।
ଆମାଜନ୍ ଇଣ୍ଡିଆ ଡେଲିଭରି କମ୍ପାନୀ ଭାରତର ପ୍ରାୟ ୯୭% ପିନକୋଡରେ ସାମଗ୍ରୀ ପହଁଚାଉଛି । ଘରେ ଘରେ ବର୍ତ୍ତମାନ ଲୋକେ ଆମାଜନ୍ ବ୍ୟବହାର କରୁଛନ୍ତି । ଯଦି ଏହି କମ୍ପାନୀକୁ ଭାରତୀୟମାନେ ବିରୋଧ କରିବେ ତେବେ ଏହାର ସିଧାସଳଖ ପ୍ରଭାବ ଆମେରିକା ଉପରେ ପଡ଼ିବ । ମାଇକ୍ରୋସପ୍ଟ କମ୍ପାନୀକୁ ମଧ୍ୟ ଭାରତୀୟମାନେ ବ୍ୟବହାର କରନ୍ତି । ଯଦି ଭାରତରେ ଏହାକୁ ବିରୋଧ କରାଯିବ ତେବେ ଆମେରିକାକୁ ଆର୍ଥିକ କ୍ଷତି ପହଁଚାଇବ । ଭାରତରେ କୋଟି କୋଟି ମେଟା ବା ଫେସବୁକ ୟୁଜର୍ସ ଅଛନ୍ତି ।
ଅଧିକ ପଢ଼ନ୍ତୁ:-ଆସନ୍ତାକାଲି ଓଡ଼ିଶା ଆସିବେ ଲୋକସଭା ବାଚସ୍ପତି, ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀକୁ କରିବେ ଉଦଘାଟନ
ଖାଲି ସେତିକି ନୁହେଁ ଖାଦ୍ୟ କମ୍ପାନୀ, ଯଥା ପେପ୍ସି, କୋକାକୋଲା, ମ୍ୟାକ ଡୋନାଲ୍ଡ, କେଏଫସି ଭଳି କମ୍ପାନୀ ଗୁଡ଼ିକ ପ୍ରତ୍ୟେକ ସହରରେ ଏକାଧିକ ବ୍ରାଞ୍ଚ ଖୋଲିଛନ୍ତି । ଡୋମିନଜ୍ ପିଜା ଏବଂ ପିଜା ହଟର ବଡ଼ ବ୍ୟବସାୟ ଭାରତରେ ରହିଛି । କାରଣ ପିଜାରେ ଚାହିଦା ଭାରତରେ ବହୁତ ଅଧିକ । ତେଣୁ ଏହାର ପ୍ରଭାବ ଆମେରିକା ଉପରେ ପଡ଼ିବା ଅନୁମାନ କରାଯାଉଛି ।