୬ ଟଙ୍କାର କ୍ୟାରି ବ୍ୟାଗ୍ ପାଇଁ ଗଣିବାକୁ ପଡିଲା ୨୫ ହଜାର ଟଙ୍କା
Khabar Odisha:25-thousand-rupees-had-to-be-calculated-for-a-carry-bag-of-6-rupees
କଟକ, ନଭେମ୍ବର ୪(ଖବର ଓଡିଶା):

କ୍ୟାରି ବ୍ୟାଗ୍ ପାଇଁ ଫାଇନ୍ ଦେଲା ସପିଙ୍ଗ୍ ମଲ୍‌ । ମାତ୍ର ୬ ଟଙ୍କାର କ୍ୟାରି ବ୍ୟାଗ୍ ପାଇଁ ଗଣିବାକୁ ପଡ଼ିଛି ୨୫ ହଜାର ଟଙ୍କା । ମାତ୍ର ୬ ଟଙ୍କାର କ୍ୟାରି ବ୍ୟାଗ ଧରାଇ ଗ୍ରାହକଙ୍କୁ ହନ୍ତସନ୍ତ କରୁଥିବା କଟକର ଏକ ସପିଙ୍ଗ୍ ମଲକୁ କଟକ ଜିଲ୍ଲା ଖାଉଟି ଅଦାଲତ ୨୫ ହଜାର ଟଙ୍କା ଫାଇନ୍ କରିଛନ୍ତି । 

କଟକର ଜଣେ ଗ୍ରାହକ ଦୋଳମୁଣ୍ଡାଇ ଅଂଚଳରେ ଥିବା ବଜାର କୋଲକାତା ନାମକ ସପିଙ୍ଗ୍ ମଲକୁ ପୋଷାକ କିଣିବା ବେଳେ ତାଙ୍କୁ କ୍ୟାରି ବ୍ୟାଗ ନେବେ କି ନାହିଁ ପଚରା ଯାଇଥିଲା । ଏପରିକି ଏଥିପାଇଁ ଟଙ୍କା ପଡ଼ିବ ବୋଲି କାଉଣ୍ଟରରେ ଥିବା କର୍ମଚାରୀ କହିନଥିଲେ ।

ପୂରା ମଲରେ ମଧ୍ୟ ଏ ସଂପର୍କରେ କୌଣସି ସ୍ଥାନରେ ସୂଚନା ନଥିଲା । ଫଳରେ ଅସନ୍ତୁଷ୍ଟ ହୋଇ ଗ୍ରାହକ ଦୋକାନୀଙ୍କ ସହ ଯୁକ୍ତିତର୍କ କରିବା ପରେ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ । ଅଦାଲତ ମାମଲା ବିଚାର କରି ସଂପୃକ୍ତ ମଲକୁ ଏକ ମାସ ମଧ୍ୟରେ ୨୫ ହଜାର ଟଙ୍କାର ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଫାଇନ ବାବଦରେ ୧୦ ହଜାର ଓ ଅଦାଲତି ଖର୍ଚ୍ଚ ବାବଦରେ ଆଉ ୧୫ ହଜାର ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । କଟକ ଖାଉଟି ଅଦାଲତଙ୍କ ଏଭଳି ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ସାଧାରଣ ଗ୍ରାହକା ।

  • Tags:

Subscribe

National International State Sports Entertainment