ଆକ୍ସିସ୍ ବ୍ୟାଙ୍କ ନିଜ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି । ୧ ଜୁଲାଇ, ୨୦୨୫ ଠାରୁ ବ୍ୟାଙ୍କ ଏହାର ଏଟିଏମ୍ ଟ୍ରାଞ୍ଜାକ୍ସନ୍ ଶୁଳ୍କ ବୃଦ୍ଧି କରିବାକୁ ଯାଉଛି। ଏହି ପରିବର୍ତ୍ତନ ସଞ୍ଚୟ ଆକାଉଣ୍ଟ, ଏନଆରଆଇ ଆକାଉଣ୍ଟ ଏବଂ ଟ୍ରଷ୍ଟ ଆକାଉଣ୍ଟ ସମେତ ବିଭିନ୍ନ ପ୍ରକାରର ଆକାଉଣ୍ଟ ପାଇଁ ଲାଗୁ ହେବ ବୋଲି ସ୍ଫଷ୍ଟ କରିଛି ବ୍ୟାଙ୍କ । ଏବେ ଯଦି ଜଣେ ଗ୍ରାହକ ପ୍ରତି ମାସରେ ମାଗଣା ଏଟିଏମ କାରବାର ସୀମା ଅତିକ୍ରମ କରନ୍ତି, ତେବେ ତାଙ୍କୁ ପ୍ରତ୍ୟେକ ଅତିରିକ୍ତ କାରବାର ପାଇଁ ୨୩ ଟଙ୍କା ଅଧିକ ଶୁଳ୍କ ଦେବାକୁ ପଡିବ। ଏପର୍ଯ୍ୟନ୍ତ ଏହି ଶୁଳ୍କ ୨୧ ଟଙ୍କା ଥିଲା । ଏହାର ଅର୍ଥ ହେଉଛି ଏବେ ଆପଣଙ୍କୁ ପ୍ରତ୍ୟେକ ଅତିରିକ୍ତ କାରବାର ପାଇଁ ୨ ଟଙ୍କା ଅଧିକ ଦେବାକୁ ପଡିବ। ବ୍ୟାଙ୍କର ଏହି ନୂତନ ହାରଗୁଡ଼ିକ ଆକ୍ସିସ୍ ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କର ଏଟିଏମ୍ ଉପରେ ମଧ୍ୟ ଲାଗୁ ହେବ
Read More >