ନୂଆଦିଲ୍ଲୀ : ଆକ୍ସିସ୍ ବ୍ୟାଙ୍କ ନିଜ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି । ୧ ଜୁଲାଇ, ୨୦୨୫ ଠାରୁ ବ୍ୟାଙ୍କ ଏହାର ଏଟିଏମ୍ ଟ୍ରାଞ୍ଜାକ୍ସନ୍ ଶୁଳ୍କ ବୃଦ୍ଧି କରିବାକୁ ଯାଉଛି। ଏହି ପରିବର୍ତ୍ତନ ସଞ୍ଚୟ ଆକାଉଣ୍ଟ, ଏନଆରଆଇ ଆକାଉଣ୍ଟ ଏବଂ ଟ୍ରଷ୍ଟ ଆକାଉଣ୍ଟ ସମେତ ବିଭିନ୍ନ ପ୍ରକାରର ଆକାଉଣ୍ଟ ପାଇଁ ଲାଗୁ ହେବ ବୋଲି ସ୍ଫଷ୍ଟ କରିଛି ବ୍ୟାଙ୍କ । ଏବେ ଯଦି ଜଣେ ଗ୍ରାହକ ପ୍ରତି ମାସରେ ମାଗଣା ଏଟିଏମ କାରବାର ସୀମା ଅତିକ୍ରମ କରନ୍ତି, ତେବେ ତାଙ୍କୁ ପ୍ରତ୍ୟେକ ଅତିରିକ୍ତ କାରବାର ପାଇଁ ୨୩ ଟଙ୍କା ଅଧିକ ଶୁଳ୍କ ଦେବାକୁ ପଡିବ। ଏପର୍ଯ୍ୟନ୍ତ ଏହି ଶୁଳ୍କ ୨୧ ଟଙ୍କା ଥିଲା । ଏହାର ଅର୍ଥ ହେଉଛି ଏବେ ଆପଣଙ୍କୁ ପ୍ରତ୍ୟେକ ଅତିରିକ୍ତ କାରବାର ପାଇଁ ୨ ଟଙ୍କା ଅଧିକ ଦେବାକୁ ପଡିବ। ବ୍ୟାଙ୍କର ଏହି ନୂତନ ହାରଗୁଡ଼ିକ ଆକ୍ସିସ୍ ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କର ଏଟିଏମ୍ ଉପରେ ମଧ୍ୟ ଲାଗୁ ହେବ । ଏହାର ପରିବର୍ତ୍ତନ ୧ ମଇ, ୨୦୨୫ ଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସଂଶୋଧିତ ଏଟିଏମ ଇଣ୍ଟରଚେଞ୍ଜ ଫି ନିର୍ଦ୍ଦେଶାବଳୀ ସହିତ ଜଡିତ । ଆରବିଆଇ ପ୍ରତି ମାସରେ ଜଣେ ଗ୍ରାହକ ସର୍ବାଧିକ କେତେ ମାଗଣା ଏଟିଏମ କାରବାର କରିପାରିବେ ତାହା ମଧ୍ୟ ସ୍ଥିର କରିଛି । ମେଟ୍ରୋ ସହରଗୁଡ଼ିକରେ ପ୍ରତି ମାସରେ ୩ଟି ମାଗଣା ଏଟିଏମ କାରବାର ଥିବା ବେଳେ ଅଣ-ମେଟ୍ରୋ ସହରଗୁଡ଼ିକର ପ୍ରତି ମାସରେ ୫ ଟି ମାଗଣା ଏଟିଏମ କାରବାର ପାଇଁ ଶୁଳ୍କ ମୁକ୍ତ ରହିଥିବା ବେଳେ ପ୍ରତ୍ୟେକ ଥର ଟଙ୍କା ଉଠାଣ କିମ୍ବା ବାଲାନ୍ସ ଯାଞ୍ଚ ଭଳି ଆର୍ଥିକ କାରବାର କଲେ ଏହି ଶୁଳ୍କ ଲାଗୁ ହେବା ନେଇ ଆରବିଆଇ ନିଷ୍ପତ୍ତି ନେଇଛି ।