ଖବର ଓଡ଼ିଶା: ଆଉ କିଛିଟା ଦିନ ପରେ ଆସିବ ଭାଇ ଭଉଣୀ ସମ୍ପର୍କର ଅତୁଟ ବନ୍ଧନର ଦିନ । ଶ୍ରାବଣ ମାସ ପୂର୍ଣ୍ଣିମାରେ ପାଳନ ହେବ ରକ୍ଷା ବନ୍ଧନ । ଭାଇର ସୁରକ୍ଷା ପାଇଁ ରକ୍ଷା ସୂତ୍ର ବାନ୍ଧିବ ଗେହ୍ଲି ଭଉଣୀ । ଆଉ ଭଉଣୀକୁ ସବୁ ବିପଦରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେବ ଭାଇ । ଏହି ରାକ୍ଷୀ ବାନ୍ଧିବାର ମଧ୍ୟ କିଛିଟା ନିୟମ ମଧ୍ୟ ରହିଛି । କୁହାଯାଏ କି ଏହି ନିୟମ ପାଳି ଭାଇକୁ ରାକ୍ଷୀ ବାନ୍ଧିଲେ ସୁଖ ସମୃଦ୍ଧି ମିଳିଥାଏ ।
ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ୧୯ ସୋମବାର ଦିନ ପଡୁଛି । ରାକ୍ଷୀ ବାନ୍ଧିବାର ଶୁଭ ସମୟ ଅପରାହ୍ନ ୧ ଘଣ୍ଟା ୪୬ ମିନିଟ୍ ରୁ ଆରମ୍ଭ ହୋଇ ୪ ଘଣ୍ଟା ୧୯ ମିନିଟରେ ଶେଷ ହେବ । ଏହି ସମୟ ମଧ୍ୟରେ ରାକ୍ଷୀ ବାନ୍ଧିବା ଅତ୍ୟନ୍ତ ଶୁଭ ଦାୟକ ବୋଲି ପଣ୍ଡିତମାନେ ମତ ରଖିଛନ୍ତି ।
ପୌରାଣିକ କାଳରୁ ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳନ କରାଯାଉଛି । ରାମାୟଣ ଏବଂ ମହାଭାରତର ସମୟରୁ ଧାର୍ମିକ ଏବଂ ପୌରାଣିକ କାହାଣୀରେ ବି ଏହା ବର୍ଣ୍ଣିତ ରହିଛି । ଏହା ଅନେକ ବିଶ୍ୱାସ ଏବଂ ପରମ୍ପରା ସହିତ ଜଡ଼ିତ ରହିଛି । ତେଣୁ ଏହି ପରମ୍ପରା ଏବଂ ନିୟମଗୁଡିକ ରକ୍ଷା ବନ୍ଧନରେ ପାଳନ କରାଯିବା ଆବଶ୍ୟକ । କୁହାଯାଏ ରାକ୍ଷୀ ବାନ୍ଧିଲାବେଳେ ଭଉଣୀ ଭାଇ ହାତରେ ଏକ ଶ୍ରୀଫଳ ରଖିବା ଉଚିତ । ନଡ଼ିଆକୁ ଡାହାଣ ଧରି ଭାଇ ହାତରେ ରାକ୍ଷୀ ପିନ୍ଧିବେ । ଏହା ଦ୍ୱାରା ଭାଇକୁ ମାଆ ଲକ୍ଷ୍ମୀଙ୍କ ଆର୍ଶୀବାଦ ମିଳିଥାଏ ବୋଲି ବିଶ୍ଵାସ କରାଯାଏ । କିଛି ଲୋକ ରାକ୍ଷୀ ବାନ୍ଧିବା ସମୟରେ ଭାଇର ହାତରେ ଶୁଖିଲା ନଡ଼ିଆ, ଫଳ କିମ୍ବା ମିଠା ରଖିଥାନ୍ତି, ଯାହାକି ଉଚିତ ନୁହେଁ ।
ସେହିପରି ରାକ୍ଷୀ ବାନ୍ଧିବା ପୂର୍ବରୁ ଗାଧୋଇ ସଫା ହୋଇଥିବା ବସ୍ତ୍ର ପିନ୍ଧିବା ଉଚିତ । ଏହି ସମୟରେ ଭାଇ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସିବେ । ରାକ୍ଷୀ ବାନ୍ଧିଲା ପରେ ସେଥିରେ ତିନୋଟି ଗଣ୍ଠି ପକାଇବା ଉଚିତ । ଏହା ଭାଇର ମଥାରେ ଚନ୍ଦନ ଓ ସିନ୍ଦୁରର ତିଳକ କରନ୍ତୁ । ତେବେ ବନ୍ଧା ହୋଇଥିବା ଏଠି ସେଠି ନ ରଖି ଏକ ପବିତ୍ର ସ୍ଥାନରେ ରଖିବା ଭଲ ବୋଲି ବିଶ୍ଵାସ ରହିଛି ।