ଭୁବନେଶ୍ୱର: ଦୁର୍ଗତିନାଶନ ମାଆ ଦଶଭୁଜାଙ୍କ ଆଗମନ ପୁରପଲ୍ଲୀ ଏବେ ଉସ୍ଚବ ମୁଖର । ମାଆଙ୍କ ପ୍ରତିମୂର୍ତ୍ତି ପାଇଁ ମାଟି ଉଠା ନୀତି ସମ୍ପନ୍ନ ହୋଇଥିବାବେଳେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଏହାରି ମଧ୍ୟରେ ଆଜିଠାରୁ ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ଆଶ୍ୱିନ ମାସ ମୁଳାଷ୍ଟମୀ ତିଥି ଅବସରରେ ସ୍ୱତନ୍ତ୍ର ପୂଜା କରାଯାଉଛି ।
କଟକର ଅଧିଷ୍ଠାତ୍ରୀ ଦେବୀ ଚଣ୍ଡୀ, କାକଟପୁର ମଙ୍ଗଳା, ଜଗତସିଂହପୁର ଶାରଳା, ସମ୍ବଲପୁରରେ ସମଲେଇ ଏବଂ ବାଙ୍କୀରେ ଚର୍ଚ୍ଚିକା ଆଦି ଶକ୍ତିପୀଠରେ ଷୋଡ଼ଶ ଉପଚାର ପୂଜା କରାଯାଉଛି ।
ଶ୍ରୀ ନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ୨୧ ଜଣ ବ୍ରାହ୍ମୁଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡ଼ଶ ଦିନାତ୍ମକ ପୂଜା ପାଇଁ ଆମନ୍ତ୍ରଣ କରିଛନ୍ତି । ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠ ସହିତ ପୁରୀର ଅନ୍ୟାନ୍ୟ ପ୍ରତିଷ୍ଠିତ ଶକ୍ତି ପୀଠ ପାଇଁ ଶ୍ରୀନଅରକୁ ବ୍ରାହ୍ମଣମାନଙ୍କୁ ଆମନ୍ତ୍ରଣ କରାଯାଇଛି । ଆଜିଠାରୁ ଶ୍ରୀକ୍ଷେତ୍ରର ସବୁ ଶକ୍ତିପୀଠ ମାନଙ୍କରେ ଚଣ୍ଡୀପାଠ ଆରମ୍ଭ ହେବ ।