ଆଜି କାର୍ତ୍ତିକ ମାସର ଶେଷ ସୋମବାର, ଚଳଚଞ୍ଚଳ ହୋଇ ଉଠିଛି ଶୈବ ପୀଠ
Khabar Odisha:art-and-culture-odisha-Kartik-Month-Last-Monday
ଭୁବନେଶ୍ୱର, ନଭେମ୍ବର୧୧ (ଖବର ଓଡ଼ିଶା):

 ଧର୍ମମାସ କାର୍ତ୍ତିକର ଆଜି ଶେଷ ସୋମାବାର । ବିଭିନ୍ନ ଶୈବପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଭକ୍ତମାନେ ମହାଦେବଙ୍କ ମସ୍ତକରେ କଞ୍ଚା କ୍ଷୀର, ଫୁଲ, ଜଳ ଓ ବେଲ ପତ୍ର ଲାଗି କରୁଛନ୍ତି । 

ଆଜି ଶେଷ ସୋମବାର ଥିବାରୁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ବିଭିନ୍ନ ଶୈବାଳୟରେ ଭିଡ଼ ଜମାଇଛନ୍ତି । ଆଜି ପବିତ୍ର ପଞ୍ଚୁକର ଚତୁର୍ଥ ଦିନ । ଆଜି ବଡ଼ି ଭୋରୁ ବିଭିନ୍ନ ଶୈବ ପୀଠରେ ଦ୍ୱାର ଫିଟାଯାଇଛି । କାର୍ତ୍ତିକ ସୋମବାର ପାଇଁ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମାନଙ୍କରେ ଅନ୍ୟତମ ରହିଥିବା ଧବଳେଶ୍ୱର, ପୁରୀର ଲୋକନାଥ, ରାଜଧାନୀର ଲିଙ୍ଗରାଜ ଓ ଭଦ୍ରକ ଆରଡ଼ି ଆଖଣ୍ଡଳମଣୀଙ୍କ ନିକଟରେ ଶହ ଶହ ଭକ୍ତ ପୂଜାର୍ଚ୍ଚନା କରୁଛନ୍ତି । 

ଭକ୍ତଙ୍କ ଭିଡକୁ ଦେଖି ସମସ୍ତ ଶୈବପୀଠରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ସେହିପରି ପୁରୀରେ ମଧ୍ୟ ହବିଷ୍ୟାଳୀ ଓ ଅନ୍ୟଭକ୍ତମାନେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ରାଧାଦାମୋଦରଙ୍କୁ ପୂଜା କରିଛନ୍ତି । ଆଜି ପୂଜାର୍ଚ୍ଚନା କଲେ ପୁଣ୍ୟପ୍ରାପ୍ତି ହେବାର ବିଶ୍ୱାସ ରହିଥିବାରୁ ଶ୍ରଦ୍ଧାଳୁମାନେ ମନ୍ଦିର ମାନଙ୍କରେ ଭିଡ ଜମାଇଛନ୍ତି ।

  • Tags:

Subscribe

National International State Sports Entertainment