ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା, ସଂଧ୍ୟାରେ ଗାଦି ମନ୍ଦିରର ଚାରିଦ୍ୱାରରେ ହେବ ଝାଡଦୀପ ପ୍ରଜ୍ୱଳନ
Khabar Odisha:World-famous-Joranda-Mela-starts-from-today
ଖବର ଓଡିଶା : 04/02/2023

ଆଜି ପବିତ୍ର ମାଘ ଶୁକ୍ଳ ଚତୁର୍ଦ୍ଦଶୀ । ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ୧୫୦ ତମ ଯୋରନ୍ଦା ମେଳା ବା ପ୍ରଭୁ ପୂର୍ଣ୍ଣିମା ଉତ୍ସବ ଆଜି ଆରମ୍ଭ ହେବ। ଚଳ ଚଞ୍ଚଳ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମାଗାଦି । ମେଳାରେ ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି l ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ । ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସାଙ୍ଗକୁ ପୋଲିସ ଅଧିକାରୀ ମାନେ ମଧ୍ୟ ମେଳା ସାମିଲ ହେଥିବା ଦେଖିବାକୁ ମିଳୁଛି । ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ଧ୍ୱନି ମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଶୂନ୍ୟ ମନ୍ଦିର, ଏକୋଇଶହାତିଆ ଟୁଙ୍ଗି ମନ୍ଦିରରେ ଝାଡଦୀପ ପ୍ରଜ୍ଜ୍ୱଳିତ କରାଯାଇଥାଏ। ଝାଡଦୀପ ପ୍ରଜ୍ଜ୍ୱଳନ ପରେ ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କ ସମାଗମରେ ଗାଦି ମନ୍ଦିରରେ ଭକ୍ତିଭାବମୟ ପରିବେଶ ସୃଷ୍ଟିହୋଇଛି। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଝାଡ଼ବତି ପ୍ରସ୍ତୁତ କରାଯାଇ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ବରିଷ୍ଠ ସନ୍ନ୍ୟାସୀମାନଙ୍କ ଦ୍ୱାରା ପଶ୍ଚିମ ଦିଗ ଝାଡ଼ରେ ପ୍ରଥମେ ଅଗ୍ନି ସଂଯୋଗ କରାଯିବ। ପରେ ଅନ୍ୟ ଝାଡ଼ରେ ବରିଷ୍ଠ ବଳ୍କଳଧାରୀ ସନ୍ନ୍ୟାସୀମାନେ ଅଗ୍ନି ସଂଯୋଗ କରିବେ ବୋଲି ସୂଚନା ଦିଆଯାଇଛି। ମହିମାଗାଦୀର ଉଭୟ ବକ୍କଳଧାରୀ ଓ କୌପିନୀଧାରୀ ମହିମା ସାଧୁଙ୍କ ମଧ୍ୟରେ ତୃତୀୟ ବେଢା ଉଛେଦ ପ୍ରସଙ୍ଗକୁ ନେଇ ଲାଗି ରହିଥିବା ବିବାଦର ଏକପ୍ରକାର ସମାଧାନ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ହୋଇଛି । ମାଘମେଳାକୁ ସମ୍ମତି ଜଣାଇଛନ୍ତି କୌପୁନୀଧାରୀ ସାଧୁ। 

Subscribe

National International State Sports Entertainment