ଆଜି ଦେବଦମ୍ପତିଙ୍କ ବିବାହ : ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର
Khabar Odisha:Today-is-Sambalpur-Sitala-Sasthi
ଖବର ଓଡିଶା : 24/05/2023

ଆଜି ମାହେନ୍ଦ୍ର ବେଳାରେ ହେବ ଦେବଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କ ବିବାହ। ଦେବଦେବ ମହାଦେବଙ୍କ ହାତ ଧରିବେ ମାଆ ପାର୍ବତୀ। ବିବାହ ପୂର୍ବର ସମସ୍ତ ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି। ସେପଟେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ସମ୍ବଲପୁର ସହର। ଏବେ କେବଳ ଅପେକ୍ଷା ମହାଦେବଙ୍କ ବିବାହ ବରଯାତ୍ରୀ ଓ ଶୋଭାଯାତ୍ରାରେ ସାମିଲ ହେବାର ମାଙ୍ଗଳିକ ମୁହୂର୍ତ୍ତକୁ।

ତେବେ ଆରମ୍ଭ ହୋଇଛି ଗଣ୍ଠାଳଫିଟା ନୀତି । ଏହି ଗଣ୍ଠାଳଫିଟା ନୀତି ଅନୁସାରେ ଗତବର୍ଷ ହୋଇଥିବା ମା ପାର୍ବତୀଙ୍କ କନ୍ୟାପିତାମାତା ଗଣ୍ଠାଳ ଫିଟାଇ ମା ପାର୍ବତୀଙ୍କୁ ପୁଣି ମନ୍ଦିରକୁ ଆଣିବାର ପରମ୍ପରା ରହିଛି ଓ ନୂତନ ଭାବେ ଚୟନ କରାଯାଇଥିବା କନ୍ୟା ପିତାମାତା, ମା ପର୍ବତୀଙ୍କୁ ଘରକୁ ନେଇଥାନ୍ତି । ପରେ ବିଭିନ୍ନ ମନ୍ଦିର ଓ କନ୍ୟାପିତାମାତା ମାନଙ୍କ ଘରେ ଆୟୋଜିତ ହେବ ତେଲ ହଳଦୀ କାଯ୍ୟକ୍ରମ । ପ୍ରଥମ ପଯ୍ୟାୟରେ ନନ୍ଦ ପଡାରେ ଆରମ୍ଭ ହୋଇଛି କାଯ୍ୟକ୍ରମ । ଆସନ୍ତାକାଲି ଦେବଦେବ ମହାଦେବ ବର ବେଶରେ ମାତା ପାର୍ବତୀଙ୍କୁ ସମ୍ପୂର୍ଣ୍ଣ ଲୋକାଚାର ରୀତିନୀତିରେ ବିବାହ ପାଇଁ ବରଯାତ୍ରୀ ସହ ବାହାରିବେ। ଏହି ଲୌକିକ ବିବାହରେ ଯୋଗ ଦେବାକୁ ସହରର ବିଭିନ୍ନ ଦେବାଦେବୀଙ୍କୁ ବିଭିନ୍ନ ଶୈବପୀଠରୁ ଦେବ ନିମନ୍ତ୍ରଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି।  ଝାଡୁଆପଡାର ଲୋକନାଥ ବାବା, ମୋଦିପଡାର ଜଳେଶ୍ୱର ବାବା, ବଡବଡାରର ଶୀତଳେଶ୍ୱର ବାବା, ଠାକୁରପଡାର ଗୁପ୍ତେଶ୍ୱର ବାବାଙ୍କ ସହିତ ଜଗତଜନନୀ ମା ପାର୍ବତୀଙ୍କ ବିବାହ ପାଇଁ ଦେବମନିମନ୍ତ୍ରଣ ଅନୁଷ୍ଠିତ ହୋଇଯାଇଛି ।

ରଥାରୁଢ଼ ହନୁମାନ ବିଭିନ୍ନ ଦେବାଳୟକୁ ଯାଇ ଦେବଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହରେ ଯୋଗ ଦେବା ପାଇଁ ତେତ୍ରିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିଲେ। ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କ ବିବାହ ନିମନ୍ତେ ଗୁଆଗୁଣ୍ଡା ଦେବାକୁ ପ୍ରଭୁ ହନୁମାନ ଘଣ୍ଟ, ଶଂଖ, ଦୁଲୁଦୁଲି ବାଜା ମଧ୍ୟରେ ଏକ ଆକର୍ଷଣୀୟ ଶୋଭାଯାତ୍ରାରେ ବାହାରି ପ୍ରଥମେ ବ୍ରହ୍ମପୁରା ମନ୍ଦିରରେ ନିମନ୍ତ୍ରଣ କରିଥିଲେ । ଏହା ପରେ ନିତାଇ ଗୌରମଠ, ଯଜ୍ଞବରାହ ମନ୍ଦିର, ବଂ ବରାଡ଼ ବାଲୁଂକେଶ୍ବର ବାବା ମନ୍ଦିର, ଦଧିବାମନ ଗୁଡ଼ି, ଟିମିନି ଗୁଡ଼ି, ଭାଗବତ ଗୁଡ଼ି, ହୋତାପଡ଼ା ଗୁଡ଼ି ଯାଇ ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିଲେ । ସେହିପରି ବ୍ରହ୍ମପୁରା ମନ୍ଦିରରେ ପୂଜା ପାଉଥିବା ଗୋପୀନାଥଜୀଉଙ୍କୁ ଲୋକନାଥ ବାବାଙ୍କ ବିବାହରେ ସାକ୍ଷୀ ରହିବା ପାଇଁ ଆମନ୍ତ୍ରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ରୌପ୍ୟ ପରାତରେ ଗୁଆଗୁଣ୍ଡା (ନିଉତା) ସାମଗ୍ରୀ ଧରି ସହର ବିଭିନ୍ନ ଦେବାଦେବୀଙ୍କୁ ଦେବ ବିବାହ ପାଇଁ ବିଭିନ୍ନ ଶୈବପୀଠ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଏବେ କେବଳ ଅପେକ୍ଷା ଦେବଦମ୍ପନ୍ତିଙ୍କ ବିବାହକୁ l ଘଣ୍ଟ ଘଣ୍ଟା ଧ୍ୱନିରେ ସହର କମ୍ପୁଥିବା ବେଳେ ଦୁଲୁୁୁଦୁଲି ବାଜା ଓ ନାଚରେ କମ୍ପୁଛି ସବୁପଡା । ଆଜି ରାତିରେ ବାହାରିବ ବାବାଙ୍କ ବରଯାତ୍ରୀ ଆଉ ତାପରେ ହେବ ବିବାହ । ସେଥିପାଇଁ ସରିଯାଇଛି ସମସ୍ତ ପ୍ରସ୍ତୁତି । ଭକ୍ତ ଏବଂ ଶ୍ରଦ୍ଧାଳୁ ଚାହିଁ ରହିଛନ୍ତିି ଦେଖିବାକୁ ହର ହର ଶମ୍ଭୁଙ୍କ ବିବାହ ଉତ୍ସବକୁ।

ସେପଟେ  ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳଲାଗି କରାଯାଇ ଦିଗମ୍ବର ବେଶରେ ବାବାଙ୍କୁ ସଜ୍ଜିତ କରାଯାଇ  ପହିଲି ବାଲ୍ଯଭୋଗ ଲାଗି କରାଯାଉଛି। ସକାଳ ୯ଟାରେ ପହଡଖିଆ ଅନ୍ନନୀତି ଲାଗି ହେବା ପରେ ୧୦ଟାରେ ବାବାଙ୍କୁ ବରଣ କରିବା ପାଇଁ ପାର୍ବତୀ ଭାଇ ସାଜିଥିବା ପବନପୁତ୍ର ହନୁମାନ ବରଧରା ବେଶରେ ଗମନ କରିବେ। ସଂଧ୍ଯାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଅପରାହ୍ନ  ୪ଟାରେ ବାବାଙ୍କର ରାଜରାଜେଶ୍ବର ବେଶ ସହ ୫ଟାର ଦିଅଁ ମଙ୍ଗୁଳା ନୀତି ହେବ।

Subscribe

National International State Sports Entertainment