ସମୁଦ୍ର ଭିତରେ ଦ୍ୱାରିକା ନଗରୀ । ଦୁନିଆର ସବୁଠାରୁ ପୁରୁଣା ସହର ଦ୍ୱାରିକା, ଯାହାକୁ ଭଗବାନ ଶ୍ରୀକୃଷ୍ଣ ତିଆରି କରିଥିଲେ । ଏହି ସହର ହେଉଛି ଭାରତର ସବୁଠାରୁ ପୁରୁଣା ସହର । ଇତିହାସ କୁହେ ଦ୍ୱାରିକା ନଗରୀ ୯ ହଜାର ବର୍ଷ ପୁରୁଣା ସହର । ଯାହାର ଅବଶେଷ ଆଜିବି ନିଳ ସମୁଦ୍ରର ଗଭିରରେ ଦେଖିବାକୁ ମିଳେ । ସମୁଦ୍ରର ଗଭୀରତାରେ ଏହି ନଗରୀର ଅବଶେଷ ଆଜି ପର୍ଯ୍ୟନ୍ତ ବି ଦେଖିବାକୁ ମିଳେ। ତେବେ ଦ୍ୱାରିକା ନଗରୀର ଐତିହାସିକ ରହସ୍ୟ ଜାଣିବାକୁ ସମସ୍ତଙ୍କର ଆଗ୍ରହ ଥାଏ । ଏବେ ପର୍ଯ୍ୟନ୍ତ ବି ସମସ୍ତଙ୍କ ମନରେ ଦ୍ୱାରିକାକୁ ନେଇ ପ୍ରଶ୍ନ ଉଙ୍କିମାରେ ଯେ କାହିଁକି ସମୁଦ୍ରର ଗହୀରତା ମଧ୍ୟରେ ଦ୍ୱାରିକା ନଗରୀ ବୁଡିଯାଇଥିଲା ।
ଗୋମତି ନଦୀ ଏବଂ ଆରବ ସାଗରର ସଂଗମ ସ୍ଥଳରେ ଥିବା ଏହି ଦ୍ୱାରିକା ନଗରୀର ତିଆରି ଭଗବାନ ଶ୍ରୀକୃଷ୍ଣ ମଥୁରାରୁ ବାହାରିଆସିବା ପରେ କରିଥିଲେ । କୁହାଯାଏ କଂଶକୁ ମାରିବା ପରେ କଂଶଙ୍କର ଶ୍ୱଶୁର ବାରମ୍ବାର ମଥୁରା ଉପରେ ଆକ୍ରମଣ କରିଥିଲେ । ଯେଉଁଥିପାଇଁ ଶ୍ରୀକୃଷ୍ଣ ସମସ୍ତଙ୍କୁ ସମୁଦ୍ର କୂଳକୁ ଆଣି ଦ୍ୱାରିକ ନଗରୀର ଗଠନ କରିଥିଲେ । ଆହୁରି ମଧ୍ୟ କୁହାଯାଏ ଦ୍ୱାରିକା ତିଆରି କରିବା ପାଇଁ ଶ୍ରୀକୃଷ୍ଣ ସମୂଦ୍ର ଦେବତାଙ୍କ ଠାରୁ ଭୂମି ନେଇଥିଲେ ଏବଂ ବ୍ରହ୍ମାଣ୍ଡର ନିର୍ମାତା ବିଶ୍ୱ କର୍ମାଙ୍କୁ କହି ରାତି ଭିତରେ ଦ୍ୱାରିକା ତିଆରି କରିଥିଲେ । ବହୁତ ଦ୍ୱାରଥିବାରୁ ଏହି ନଗରୀର ନାମ ଦ୍ୱାରିକା ଥିଲା । ଏହି ସହରର ଚାରିପଟେ ବହୁତ ସୁଉଚ୍ଚ ପ୍ରାଚୀରମାନ ଥିଲା । ଯେଉଥିଲେ ବହୁ ଦ୍ୱାର ମଧ୍ୟ ଥିଲା । କିନ୍ତୁ ଶ୍ରୀକୃଷ୍ଣଙ୍କ ମୃତ୍ୟୁପରେ ଏହି ସୁନ୍ଦର ନଗରୀ ସମୁଦ୍ର ଭିତରେ ଲିନ ହୋଇଯାଇଥିଲା । ସେହି ସବୁ ଦ୍ୱାର ଆଜି ବି ସମୁଦ୍ର ଭିତରେ ରହିଥିବା ଦେଖାଯାଏ ।
ଅନୁସନ୍ଧାନରୁ ଜଣାପଡ଼ିଛି କି ସମୁଦ୍ର ଭିତରୁ ଯେଉଁ ଅବଷେଶ ମିଳିଛି ତାହା ୯ ହଜାର ବର୍ଷ ପୁରୁଣା । ପୌରାଣିକ କଥାରୁ ଯାହା ଜଣାପଡିଛି ଦ୍ୱାରିକ ଲିନ ହେବା ପଛରେ ଦୁଇଟି ମହାନ ଘଟଣା ହିଁ ଦାୟି ଥିଲା । ଗୋଟିଏ ହେଉଛି ମହାଭାରତରେ ଗାନ୍ଧାରୀଙ୍କ ସବୁ ପୁଅ ମରିଗଲା ପରେ ଶ୍ରୀକୃଷ୍ଣଙ୍କୁ ଗାନ୍ଧାରିଙ୍କ ଦ୍ୱାରା ଦିଆଯାଇଥିବା ଅଭିଶାପ । ଏବଂ ଦ୍ୱତୀୟଟି ହେଉଛି କୃଷ୍ଣଙ୍କ ପୁଅ ସାମ୍ବଙ୍କୁ ଋଷି ମାନେ ଦେଇଥିବା ଅଭିଶାପ । ଋଷିଙ୍କର ଅପମାନ କରିବା ପରେ ଋଷି ରାଗିଯାଇ ସାମ୍ବଙ୍କୁ ଅଭିଶାପ ଦେଇଥିଲେ । କହିଥିଲେ କି ତୁମର ଅହଙ୍କାର ପାଇଁ ତୁମର ସୁନ୍ଦର ସହର ପୁରା ଧ୍ୱଂସ ହୋଇଯିବ । ସବୁଠାରୁ ବଡ଼ କଥା ହେଉଛି ପୁରାଣ କୁହେ ଗାନ୍ଧାରୀଙ୍କ ଅଭିଶାପର ୩୬ ବର୍ଷ ପରେ ଦ୍ୱାରିକା ସମୁଦ୍ରରେ ଲିନ ହୋଇଯାଇଥିଲା ।
ସମୁଦ୍ର ଭିତରେ ଏହି ଅବଶେଷକୁ ପ୍ରଥମେ ଭାରତୀୟ ବାୟୁସେନା ହିଁ ଦେଖିଥିଲା । ଏହାପୂର୍ବରୁ ଏହି ଦ୍ୱାରିକାକୁ ଏକ କାଳ୍ପନିକ ନଗରୀ ବୋଲି କୁହାଯାଉଥିଲା । କେହିବି ଦ୍ୱାରିକାକୁ ନେଇ ବିଶ୍ୱାସ କରୁନଥିଲେ । ହେଲେ ଦ୍ୱାରିକାକୁ ନେଇ ଇତିହାସର ପ୍ରଥମ ଉଲ୍ଲେଖ ଗୁଜୁରାଟର ଭାବନଗରରେ ଷଷ୍ଠ ସତାବଦ୍ଧିର ପାଲିତାନା କପର ପ୍ଲେଟରେ ଲେଖା ଥିବା ମିଳିଥିଲା ତାପରେ ଲୋକଙ୍କୁ ଏହା ଉପରେ ବିଶ୍ୱାସ ହୋଇଥିଲା । ଏହାପରେ ଦ୍ୱାରିକାକୁ ନେଇ ଅଧିକ ଅନୁସନ୍ଧାନ ଆରମ୍ଭ ହୋଇଥିଲା । ତେବେ ଦ୍ୱାରିକ ବୁଡ଼ିବାକୁ ନେଇ ଅନେକ କେହି ଅନେକ କଥା କହୁଛନ୍ତି । କେହି କହୁଛନ୍ତି ଏହା କୌଣସି ପ୍ରାକୃତକ ଘଟଣା ପାଇଁ ହିଁ ହୋଇଛି ତ ଆଉ କେହି କୁହନ୍ତି ଦ୍ୱାରିକାକୁ ଏଲିୟନ ମାନେ ନଷ୍ଟ କରିଦେଇଛନ୍ତି । କିନ୍ତୁ ବୈଜ୍ଞାନିକ ମାନଙ୍କର କରହିବା ଅନୁଯାୟୀ ଯେତେବେଳେ ବରଫ ଯୁଗ ତରଳିବାକୁ ଆରମ୍ଭ କରିଥିଲା ସେତେବେଳେ ସମୁଦ୍ରର ପତନ ବଢ଼ିଥିଲା । କିଛି ଲୋକ ଦ୍ୱାରିକାକୁ ଦ୍ୱାରାବତୀ,କୂସୀସ୍ଥଳୀ, ଅନାର୍ତ୍ତକ ,ପୋଖାମଣ୍ଡଳ,ଗୋମତୀ ଦ୍ୱାରିକା ,ଚକ୍ରତୀର୍ଥ ,ଅନ୍ତରଦ୍ବୀପ ଏବଂ ବାରିଦୁର୍ଗ ନାମରେ ମଧ୍ୟ ଜାଣିଛନ୍ତି ।
ଅଧିକ ପଢନ୍ତୁ :ଆମେରିକାର ନ୍ୟୁ ଜର୍ସି ଠାରେ ବିଶ୍ୱର ସର୍ବବୃହତ ହିନ୍ଦୁ ମନ୍ଦିର ନିର୍ମାଣ