ଶ୍ରୀମନ୍ଦିର ପରେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ, ଆଜିଠୁ ହଟିବ ଜବରଦଖଲ
Khabar Odisha:State-Odisha-Lingaraj-temple-demolish-side-parts
ଭୁବନେଶ୍ୱର, ଡିସେମ୍ବର ୦୯ (ଖବର ଓଡ଼ିଶା):

ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ହେବ । ଆଜି ଠାରୁ ଏହି ଉଚ୍ଛେଦ କାମ ଆରମ୍ଭ କରାଯିବ । 

ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ । ଲିଙ୍ଗରାଜ ମନ୍ଦିରର ଚାରିପାଖରୁ ହଟିବ ଜବରଦଖଲ । ପ୍ରଥମ ପର୍ଯ୍ୟାୟରେ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରୁ ଭଜନ ମଣ୍ଡପ ଯାଏଁ ଏବଂ ସିଂହଦ୍ୱାରରୁ ସବଷ୍ଟେସନ ଯାଏଁ ଥିବା ଉଠା ଦୋକାନ ହଟାଯିବ ବୋଲି ଜଣାପଡ଼ିଛି । ତେବେ ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଉଚ୍ଛେଦ କରିବା ଆଗରୁ ଥଇଥାନ କରିବାକୁ ଦାବୀ ଉଠିଛି । ମାର୍କେଟ କପ୍ଲେକ୍ସ ଭଙ୍ଗାକୁ ମଧ୍ୟ ବ୍ୟବସାୟୀମାନେ ବିରୋଧ କରିଛନ୍ତି ।  ଲିଙ୍ଗରାଜ ମନ୍ଦିର ପରିସରରୁ ଜବରଦଖଲ ଉଚ୍ଛେଦ କରି ଏହାର ଉନ୍ନତିକରଣ କରାଯିବ । ଏଥିରେ ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ । ତେଣୁ ଲିଙ୍ଗରାଜ ମନ୍ଦିର ପରିସର ପାଇଁ ସମ୍ପୂର୍ଣ୍ଣ ମଧ୍ୟ ଡିଜାଇନ ପ୍ରସ୍ତୁତ ହେଉଛି ।

ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ଓ ସ୍ୱତନ୍ତ୍ର ଆଇନ ନେଇ ପ୍ୟାକେଜ ଘୋଷଣା କରିବେ । ଏହି ପ୍ୟାକେଜରେ ସେବାୟତଙ୍କ ସ୍ୱାର୍ଥ ସହ ରୀତିନୀତି ପ୍ରତି ଗୁରୁତ୍ୱ ଦିଆଯିବ ।

  • Tags:

Subscribe

National International State Sports Entertainment