ଆଜି ପ୍ରସିଦ୍ଧ ବାରୁଣୀ ବୁଡ, ଲାଗିଲା ୧୪୪ ଧାରା
Khabar Odisha:State-Odisha-144-act-in-Baruni-Buda
ଭୁବନେଶ୍ୱର, ମାର୍ଚ୍ଚ ୨୧ (ଖବର ଓଡ଼ିଶା):

ଆଜି ପ୍ରସିଦ୍ଧ ବାରୁଣୀ ବୁଡ ରହିଛି । ଯାଜପୁର ବାରୁଣୀ ବୁଡ ଉପରେ ଲାଗିଲା ୧୪୪ ଧାରା । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗିଛି କଟକଣା ।
ପ୍ରସିଦ୍ଧ ବାରୁଣୀ ବୁଡ ଅବସରରେ ଯାଜପୁର ଜିଲ୍ଲୀର ବୈତରଣୀ ନଦୀର ପବିତ୍ର ଦଶାଶ୍ୱମେଧ ଘାଟରେ ହଜାର ହଜାର ଲୋକଙ୍କ ଭିଡ ଲାଗିଥାନ୍ତା ।  ପବିତ୍ର ନଦୀରେ ବୁଡ ପକାଇ ଧାର୍ମିକ ନୀତି ପାଳନ କରିଥାନ୍ତେ ଲୋକେ । ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଉପରେ କଟକଣା ଜାରି ହୋଇଛି । ଘାଟ ଅଂଚଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରିଛି ଜିଲ୍ଲା ପ୍ରଶାସନ । ସକାଳେ ନିଜେ ଜିଲ୍ଲାପାଳ ଘାଟ ଅଂଚଳ ବୁଲି ସ୍ଥିତି ବୁଲି ଦେଖିଛନ୍ତି ।
 

  • Tags:

Subscribe

National International State Sports Entertainment