ଆଜି ପବିତ୍ର ଶୀତଳ ଷଷ୍ଠୀ, ହର ପର୍ବତୀଙ୍କ ବିବାହ
Khabar Odisha:Sital-sastI-rituals
ଭୁବନେଶ୍ୱର, ମେ ୨୭ ( ଖବର ଓଡ଼ିଶା):

 ଆଜି ପବିତ୍ର ଶୀତଳ ଷଷ୍ଠୀ । ସରିଲା ଦେବ ନିମନ୍ତ୍ରଣ । ଆଜି ହର-ପାର୍ବତୀଙ୍କ ବିବାହ ।ଶୀତଳଷଷ୍ଠୀ ପାଇଁ ଚଳଚଂଚଳ ସାରା ରାଜ୍ୟ । 

ଗତକାଲି ମଙ୍ଗନ ସରିଛି। ଶିବ ପାର୍ବତୀଙ୍କ ଆଜି ବିବାହ ହେବ । ସମ୍ବଲପୁରରେ ଗତକାଲି ଦେବନିମନ୍ତ୍ରଣ ପର୍ବ ଶେଷ ହୋଇଛି । ବିବାହ ପାଇଁ ଚାଲିଛି ପ୍ରସ୍ତୁତି । ଲିଙ୍ଗରାଜରେ ସାମାଜିକ ଦୂରତା ସହ ଓ ପରମ୍ପରା ମୁତାବକ ଶୀତଳଷଷ୍ଠୀ ପର୍ବ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଶୀତଳ ଷଷ୍ଠୀ ପ୍ରଥାନୁସାରେ, ଠାକୁର ଶ୍ରୀଲିଙ୍ଗରାଜ ଶ୍ବଶୁର ଘର କେଦାରେଶ୍ୱର ମନ୍ଦିରକୁ ଯିବେ। ଏଥିପାଇଁ ଗତକାଲି ମଙ୍ଗନ ତିଥି ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗନ ଅବସରରେ ଗତକାଲି ସନ୍ଧ୍ୟାରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଛି। ଆଜି ସେମାନଙ୍କ ଉପସ୍ଥିତିରେ ଶିବ-ପାର୍ବତୀଙ୍କ ଶୁଭ ବିବାହ ଅନୁଷ୍ଠିତ ହେବ।

କରୋନା ମୁକାବିଲା ପାଇଁ ସନ୍ଧ୍ୟାରେ ସେବାୟତମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ଶ୍ରୀଲିଙ୍ଗରାଜ ମନ୍ଦିରରେ ମଙ୍ଗନ କାର୍ୟ୍ୟ ସମାହିତ କରିଥିଲେ। ସନ୍ଧ୍ୟା ଧୂପ ପରେ ପରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଥିଲା।

  • Tags:

Subscribe

National International State Sports Entertainment